Latest Odisha News

BREAKING NEWS

ଆସାମରେ ବ୍ୟାପୁଛି ଆଫ୍ରିକୀୟ ସ୍ୱାଇନ୍‌ ଫ୍ଲୁ ଫିବର, ୧୦୦୦ରୁ ଅଧିକ ଘୁଷୁରିଙ୍କୁ ହତ୍ୟା

ଗୌହାଟୀ: ଆଫ୍ରିକୀୟ ସ୍ୱାଇନ୍‌ ଫ୍ଲୁ ଜ୍ୱରକୁ ରୋକିବା ପାଇଁ ଆସାମ ସରକାରଙ୍କ ବଡ଼ ପଦକ୍ଷେପ। ରାଜ୍ୟରେ ଘୁଷୁରିଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଆସାମର ଲଖିମପୁରରେ ପ୍ରାଣୀ ଚିକିତ୍ସକଙ୍କ ଏକ ଗୋଷ୍ଠୀ ଆଫ୍ରିକୀୟ ଘୁଷୁରି ଜ୍ୱର ବିସ୍ତାରକୁ ରୋକିବା ପାଇଁ ୧୦୦୦ରୁ ଅଧିକ ଘୁଷୁରିଙ୍କୁ ହତ୍ୟା କରିଛନ୍ତି। ପଶୁପାଳନ ଏବଂ ସ୍ୱାସ୍ଥ୍ୟ ଅଧିକାରୀ କୁଲଧର ସୈକିୟା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଲଖୀମପୁର ଜିଲ୍ଲାରେ ଆଫ୍ରିକୀୟ ସ୍ୱାଇନ୍ ଜ୍ୱରକୁ ରୋକିବା ପାଇଁ ୧୦ ଜଣିଆ ଡାକ୍ତରୀ ଟିମ୍ ଦ୍ୱାରା ୧୦୦୦ ରୁ ଅଧିକ ଘୁଷୁରି ବିଦ୍ୟୁତ ସଂଯୋଗ ଦ୍ୱାରା ହତ୍ୟା କରାଯାଇଛି। ଆଫ୍ରିକୀୟ ସ୍ୱାଇନ୍ ଜ୍ୱର ଜିଲ୍ଲାରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ଏବଂ ସେହି କାରଣରୁ ବିଦ୍ୟୁତ ଆଘାତ ଦେଇ ଘୁଷୁରିମାନଙ୍କୁ ହତ୍ୟା କରାଯାଉଛି।

ଉତ୍ତର-ପୂର୍ବ ରାଜ୍ୟରେ ଏହି ଜ୍ୱର ବିସ୍ତାରକୁ ରୋକିବା ପାଇଁ ସରକାର ୨୭ ଟି ଉପ-କେନ୍ଦ୍ରରୁ ପ୍ରାୟ ୧୩୭୮ଟି ଘୁଷୁରିଙ୍କୁ ହତ୍ୟା କରାଯାଇଛି। ଚଳିତ ବର୍ଷ ପ୍ରାରମ୍ଭରେ ଆସାମ ସରକାର ବାର୍ଡ ସ୍ୱାଇନ୍ ଫ୍ଲୁ ଏବଂ ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁକୁ ରୋକିବା ପାଇଁ ରାଜ୍ୟରେ କୁକୁଡା ଏବଂ ଘୁଷୁରୀ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଆସାମ ପ୍ରାଣୀ ଚିକିତ୍ସା ଏବଂ ପଶୁପାଳନ ମନ୍ତ୍ରୀ ଅତୁଲ ବୋରା କହିଛନ୍ତି ଯେ ଉତ୍ତର-ପୂର୍ବ ରାଜ୍ୟରେ ବାର୍ଡ ସ୍ୱାଇନ୍ ଫ୍ଲୁ ଏବଂ ଆଫ୍ରିକୀୟ ଘୁଷୁରି ଜ୍ୱର ବିସ୍ତାରକୁ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି।

ସୂଚନା ଥାଉକି, ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ଜାନୁଆରୀରେ ଆଫ୍ରିକୀୟ ସ୍ୱାଇନ୍ ଫ୍ଲୁ ନବ୍ୟାପିବା ପାଇଁ ପ୍ରଶାସନ ୭୦୦ ଘୁଷୁରିଙ୍କୁ ହତ୍ୟା କରିଥିଲା। ଆଫ୍ରିକୀୟ ସ୍ୱାଇନ୍ ଫିବର ହେଉଛି ଆସଫରଭିରିଡେ ପରିବାରର ଏକ ଦ୍ୱିଗୁଣ ମାନକ ଡିଏନଏ ଜୀବାଣୁ ଅଟେ। ଏହା ଉଭୟ ଘରୋଇ ଏବଂ ଜଙ୍ଗଲୀ ଘୁଷୁରିକୁ ପ୍ରଭାବିତ କରିଥାଏ। ଏହି ଫ୍ଲୁ ପଶୁମାନଙ୍କଠାରୁ ମଣିଷ ପର୍ଯ୍ୟନ୍ତ ବ୍ୟାପିପାରେ।

Comments are closed.