Latest Odisha News

BREAKING NEWS

୪୦ ଲିଟର କ୍ଷୀରରେ ଗାଧୋଇଲେ; ପତ୍ନୀଙ୍କୁ ଛାଡ଼ପତ୍ର ଦେବାପରେ ନିଆରା ଖୁସି ସେଲେବ୍ରେସନ 

ନୂଆଦିଲ୍ଲୀ: ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ଖୁସି ସେଲେବ୍ରେସନ କଲେ ସ୍ବାମୀ। ବୋରୋଲିଆପାରା ଗାଁର ଜଣେ ବାସିନ୍ଦା ମାଣିକ ଅଲି ନିଜ ଉପରେ ୪୦ ଲିଟର କ୍ଷୀର ଢାଳି ଏକ ଅନନ୍ୟ ଉପାୟରେ ନିଜର ‘ସ୍ୱାଧୀନତା’ ପାଳନ କରିଛନ୍ତି। ଯାହାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମାଣିକ ଅଲି ତାଙ୍କ ପତ୍ନୀଙ୍କଠାରୁ ଆଇନଗତ ଛାଡପତ୍ର ପାଇବା ପରେ ନିଜକୁ ‘ସ୍ୱାଧୀନ’ ବୋଲି ଘୋଷଣା କରିଥିଲେ। ଭାଇରାଲ ଭିଡିଓରେ ସେ କହୁଥିବା ଶୁଣାଯାଉଛି, ‘ମୁଁ ଏବେ ସ୍ୱାଧୀନ।’ ସେ କହିଛନ୍ତି ଯେ ତାଙ୍କ ପତ୍ନୀଙ୍କର ଅନୈତିକ ପ୍ରେମ ସମ୍ପର୍କ ଥିଲା ଏବଂ ସେ ପୂର୍ବରୁ ଦୁଇଥର ଅନ୍ୟ କାହା ସହିତ ଫେରାର ଯାଇଥିଲେ। ଉଭୟ ଥର ସେ ନିଜ ନାବାଳିକା ଝିଅ ପାଇଁ ତାଙ୍କ ସ୍ତ୍ରୀଙ୍କୁ ଫେରାଇ ଆଣିଥିଲେ କିନ୍ତୁ ବାରମ୍ବାର ବିଶ୍ୱାସଘାତକତାରେ ବିରକ୍ତ ହୋଇ ଶେଷରେ ସେ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ।

କିଛି ଦିନ ପୂର୍ବରୁ କୋର୍ଟ ତାଙ୍କ ଛାଡପତ୍ରକୁ ମଞ୍ଜୁର କରିଥିଲେ ଏହି ଖବର ଶୁଣି ମାଣିକ ଅଲି କିଛି ସ୍ୱତନ୍ତ୍ର କରିବାକୁ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ସେ ଚାରୋଟି ବାଲ୍ଟିରେ ୪୦ ଲିଟର କ୍ଷୀର ଭର୍ତ୍ତି କରି ନିଜ ଉପରେ ଢାଳି ସମ୍ପୂର୍ଣ୍ଣ ଦୃଶ୍ୟକୁ ରେକର୍ଡ କରିଥିଲେ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ବେଳେ ଲୋକଙ୍କ ମଧ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

 

Comments are closed.