Latest Odisha News

BREAKING NEWS

ଆସାମ-ମେଘାଳୟ ୫୦ ବର୍ଷର ସୀମା ବିବାଦର ଅନ୍ତ

ନୂଆଦିଲ୍ଲୀ: ଆସାମ-ମେଘାଳୟ ମଧ୍ୟରେ ଥିବା ୫୦ ବର୍ଷର ସୀମା ବିବାଦର ଅନ୍ତ ଘଟିଛି । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ବୁଝାମଣା ପତ୍ରରେ ସ୍ୱାକ୍ଷରିତ ହୋଇଥିଲା । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଓ କୋନରାଡ କେ ସାଙ୍ଗମାଙ୍କ ୮୮୪ କିଲେମିଟର ସୀମାରେ ଥିବା ୧୨ଟି ବିବାଦୀୟ ଅଂଚଳରୁ ୬ଟିର ସମାଧାନ ହୋଇଥିଲା ।

ଆସାମ ୧୮.୫୧ ବର୍ଗ ଓ ଅବଶିଷ୍ଟ ୧୮.୨୮ ବର୍ଗ କିମି ମେଘାଳୟକୁ ହସ୍ତାନ୍ତର କରା ଯାଇଥିଲା । ୧୯୭୨ରେ ମେଘାଳୟ ଆସାମଠାରୁ ଅଲଗା ହେବା ପରେ ଉଭୟ ରାଜ୍ୟ ମଧ୍ୟରେ କେତେକ ଅଂଚଳ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହି ସମାଧାନକୁ ଏକ ଐତିହାସିକ ପଦକ୍ଷେପ ଭାବେ ବିବେଚନା କରାଯାଉଛି ।

Comments are closed.