Latest Odisha News

BREAKING NEWS

ଚୈତ୍ର ମାସରେ ମାଆ ମଙ୍ଗଳାଙ୍କ ପୂଜା ନୀତି

ଚୈତ୍ରମାସରେ ମାଆ ମଙ୍ଗଳାଙ୍କ ପୂଜା । ଶ୍ରଦ୍ଧା ଓ ଭକ୍ତିର ସହିତ ମାଆ ମଙ୍ଗଳାଙ୍କର ବ୍ରତ କରିଥାନ୍ତି ସମସ୍ତ ମହିଳା ମାନେ। ପରିବାରର ମଙ୍ଗଳକାମନା କରିବା ସହିତ ଏହି ଦିନରେ ମାଆର ଅରାଧନା କରିଲେ ସମସ୍ତ ପୁଣ୍ୟ ଲାଭ ହୋଇଥାଏ।

ଚୈତ୍ର ମାସର ଦ୍ୱିତୀୟ ମଙ୍ଗଳବାର। ଚାଲିଛି ମାଆ ମଙ୍ଗଳାଙ୍କ ଆରାଧନା। ମାଆଙ୍କର ସମସ୍ତ ରୀତି ନୀତିର ସହିିତ କାକଟପୁରରେ ମାଆଙ୍କର ପୂଜା କରାଯାଉଛି । ମଙ୍ଗଳାଙ୍କୁ ସିନ୍ଦୂର ଚନ୍ଦନ ଓ ଧୂପଦୀପ ଦେଇ ଆବାହନ କରାଯାଇଥାଏ। ବିଭିନ୍ନ ଫଳମୂଳ ସହିତ ଦୂବଫୁଲ ଦେଇ ମାଆଙ୍କ ବନ୍ଦାପନା କରିଥାନ୍ତି ବ୍ରତଧାରୀ ମାନେ।  ମାଆ ମଙ୍ଗଳାଙ୍କୁ ଆରାଧନା କରିଲେ ମାଆ ସମସ୍ତ ସଙ୍କଟରୁ ଉଦ୍ଧାର କରିଥାନ୍ତ। ଏହାକୁ ନେଇ ଲୋକଙ୍କ ମନରେ ଅନେକ ବିଶ୍ୱାସ ରହିଛି। କେବଳ କାକଟପୁରରେ ନୁହେଁ ଗାଁ ଦାଣ୍ଡରେ ବି ମହିଳା ବ୍ରତଧାରୀ ଏକାଠି ହୋଇ ମାଙ୍କର ପୂଜା କରୁଛନ୍ତି।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମାଆଙ୍କର ସମସ୍ତ ରୀତିନୀତିର ସହ ପୂଜାର୍ଚ୍ଚନା କରିଛନ୍ତି ବ୍ରତଧାରୀ। .. ..

 

Leave A Reply

Your email address will not be published.