Latest Odisha News

BREAKING NEWS

ମଣିପୁରରେ ଆତଙ୍କବାଦୀଙ୍କ ରକ୍ତର ହୋଲି, କମାଣ୍ଡିଂ ଅଫିସରଙ୍କ ପରିବାର ସମେତ ୭ ମୃତ

ଇମ୍ଫାଲ: କିଛି ବର୍ଷର ନୀରବତା ପରେ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ପୁଣି ଆତଙ୍କବାଦୀଙ୍କ ରକ୍ତର ହୋଲି । ଆସାମ ରାଇଫଲ୍ସର ଜଣେ କର୍ଣ୍ଣେଲଙ୍କ ସହ ୭ ଜଣଙ୍କୁ ବର୍ବର ହତ୍ୟା । ସମୟ ସକାଳ ପ୍ରାୟ ୧୦ଟା ସୂଚନା ଅନୁସାରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ ୪୬ ଆସାମ ରାଇଫଲ୍ସର କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ ସାଙ୍ଗରେ ଥିଲେ ପତ୍ନୀ ଓ ୮ ବର୍ଷର ପୁଅ । ତାଙ୍କ ସୁରକ୍ଷା ଦାୟିତ୍ୱରେ କ୍ୱିକ୍ ରିଆକ୍ସନ ଟିମର କିଛି ଯବାନ ମଧ୍ୟ ଥିଲେ ।

ମିଆମାଁର ସୀମାନ୍ତ ଚୁରାଚାନ୍ଦପୁର ଜିଲ୍ଲା ଏସ୍ ସେହକେନ୍ ଗାଁ ନିକଟରେ ହଠାତ ସେମାନଙ୍କ ଗାଡ଼ିକୁ ଟାର୍ଗେଟ୍ କରିଥିଲେ ଆତଙ୍କବାଦୀ । ପ୍ରଥମେ IED ବିସ୍ଫୋରଣ ପରେ ଅନ୍ଧାଧୂନ ଗୁଳିମାଡ଼ ହୋଇଥିଲା । ଫଳରେ କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ, ତାଙ୍କ ପତ୍ନୀ ଅନୁଜା, ପୁଅ ଅବିର ଓ ଡ୍ରାଇଭର ସମେତ ଅନ୍ୟ ୩ ଯବାନ ସେଇଠାରେ ହିଁ ଟଳି ପଡ଼ିଥିଲେ । ଆତଙ୍କବାଦୀଙ୍କ ଏ ଆମ୍ବୁସ ଆକ୍ରମଣରେ ଆଉ କିଛି ସୁରକ୍ଷାକର୍ମୀ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି ।

ଏ ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ଏଯାଏଁ ନିଜକୁ ଦାୟୀ କରି ନଥିଲେ ବି ଏହା ପଛରେ ମଣିପୁରର ପିପୁଲସ ଲିବରେସନ ଆର୍ମି PLAର ହାତ ଥିବା କୁହାଯାଉଛି । ସେପଟେ ମଣିପୁରରେ ଗତ କିଛି ଦଶନ୍ଧି ହେବ ସ୍ୱତନ୍ତ୍ର ଭୂଖଣ୍ଡ ଦାବି କରୁଥିବା ଦି ପିପୁଲ୍ସ ରିଭୋଲୁସନାରୀ ପାର୍ଟି ଅଫ୍ କଙ୍ଗଲେଇପାକ୍ ବା ପ୍ରିପାକ୍ ଗୋଷ୍ଠୀ ମଧ୍ୟ ଏ ନରସଂହାର କରିଥିବା ସନ୍ଦେହ କରାଯାଉଛି ।

ସେପଟେ ଆତଙ୍କୀଙ୍କୁ ଧରିବା ଲାଗି ଘଟଣାସ୍ଥଳରେ ଜାରି ରହିଛି ଜୋରଦାର ସର୍ଚ୍ଚ ଅପରେସନ ।  ସେହି ଅଞ୍ଚଳରେ ରାଜ୍ୟ ସୁରକ୍ଷା ବଳ ଓ ଅର୍ଦ୍ଧସାମରିକ ବାହିନୀକୁ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.