Latest Odisha News

BREAKING NEWS

ଭୁବନେଶ୍ୱରରେ ୨୩ ତମ ଶିଶୁ ସଂକ୍ରାମକ ରୋଗ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱରରେ ୨୩ ତମ ଶିଶୁ ସଂକ୍ରାମକ ରୋଗ ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଛି । ଭାରତୀୟ ଶିଶୁରୋଗ ବିଶେଷଜ୍ଞ ଏକାଡେମୀ ଓଡ଼ିଶା ଶାଖା ପକ୍ଷରୁ ସଭାପତି ତଥା ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନୀଳମାଧବ ଜେନା ଙ୍କ ପୌରହିତ୍ୟ ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସମଗ୍ର ଦେଶରୁ୨୫୦ ଜଣ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ମାନେ ଏହି ଦୁଇ ଦିନିଆ ସମ୍ମିଳନୀ ରେ ଯୋଗ ଦେଇଛନ୍ତି ।

ଶିଶୁ ମାନଙ୍କ ମଧ୍ୟ ରେ ଦେଖାଦେଉଥିବା ରୋଗର ଆଦ୍ୟ ନିରୂପଣ ଏବଂ ଉପଚାର ଓ ଏହାର ଅତ୍ୟାଧୁନିକ ଚିକିତ୍ସା ଉପରେ ବିଶଦ ଆଲୋଚନା ହୋଇଛି। ଆଣ୍ଟି ବାୟୋଟିକ ଅପବ୍ୟବହାର କାରଣ ଓ ନିରାକରଣ ଆଜିର ଆହ୍ଵାନ ଥିମ୍ ନେଇ ଏହି ସମ୍ମିଳନୀ ଆୟୋଜିତ ହୋଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛି ଏକାଡେମୀ ।ଏହି ସମ୍ମିଳନୀ ରେ ଜାତୀୟ ଚେୟାରପର୍ଶନ ଡାକ୍ତର ବାଲ୍ ସୁବ୍ରମନୀୟମ,ଓଡ଼ିଶା ଶାଖା ର ପରିଚାଳନା ସମ୍ପାଦକ ଡାକ୍ତର ଗୋପବନ୍ଧୁ ନନ୍ଦ ,ଡାକ୍ତର ମୃତ୍ୟୁଞ୍ଜୟ ଦାସ ,ସୁସୃତ୍ ଦାସ,ଆଶୁତୋଷ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.