Latest Odisha News

BREAKING NEWS

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ସହଯୋଗୀଙ୍କର ହେଉ କଲ୍ ରେକର୍ଡ ଯାଞ୍ଚ : ଭକ୍ତ ଦାସ

ଭୁବନେଶ୍ବର : ଥମୁନି ମମିତା ମେହେର ହତ୍ୟା ତାତି । ମମିତା ମେହେରଙ୍କୁ ନ୍ୟାୟ ପାଇଁ ଜନ ଦାବି କରୁଛନ୍ତି ବିରୋଧୀ । ମାମଲାକୁ ନେଇ ସରକାରଙ୍କୁ ଏକଦମ ନାକେଦମ କରିସାରିଲେଣି ବିରୋଧୀ ବିଜେପି ଓ କଂଗ୍ରେସ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବାକୁ ଦାବି ହେଉଛି । ହେଲେ ସରକାର ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଇବାରେ ଲାଗିଛନ୍ତି । ତଥ୍ୟକୁ ଘୋଡେଇ ଦେବା ଭଳି ଷଡ଼ଯନ୍ତ୍ର ହୋଇଥିବା ନେଇ ଅଭିଯୋଗ କରିଛନ୍ତି ବିରୋଧୀ । ଆଉ ଏବେ ପୁଣି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ।

ମମିତା ମେହେର ହତ୍ୟାକାଣ୍ଡର ତଦନ୍ତର ଦିଗଓ ଏଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ଅନେକ ତଥ୍ୟ ଖୁଲାସା କରିଛନ୍ତି ଭକ୍ତ ଦାସ । ସେ ସମୟରେ ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ସୂଚୀ, ତାଙ୍କର ଡ୍ରାଇଭର, ପିଏ ଓ ଅନ୍ୟ ଘନିଷ୍ଠ ବନ୍ଧୁଙ୍କର ଫୋନ୍ କଲ୍ ସରକାର ଯାଞ୍ଚ କରନ୍ତୁ ବୋଲି ଆହ୍ବାନ କରିଛନ୍ତି ଭକ୍ତ ଦାସ ।

ମମିତା ନିଖୋଜ ପୂର୍ବରୁ ଓ ନିଖୋଜ ପରେ କେଉଁ କେଉଁ ଜାଗାକୁ ଗସ୍ତ କରିଥିଲେ, ଏବଂ ଗସ୍ତ ସମୟରେ ଦିବ୍ୟଶଙ୍କର ମିଶ୍ର ରାୟପୁର ବାସଭବନକୁ ଯାଇଥିଲେ କି ନାହିଁ ଏବଂ ଯଦି ଯାଇଥିଲେ ତାଙ୍କ ସାଙ୍ଗରେ ଆଉ କିଏ କିଏ ଯାଇଥିଲେ, ଏହାର ତଥ୍ୟ ରାଜ୍ୟ ସରକାର ସାର୍ବଜନୀନ କରନ୍ତୁ ବୋଲି ଭକ୍ତ ଦାସ ଦାବି କରିଛନ୍ତି । ସେହିପରି କଂଗ୍ରେସର ହରତାଳକୁ ଭଣ୍ଡୁର କରିବା ପାଇଁ ରାଜ୍ୟ ସରକାର ପୋଲିସକୁ ଗୁଣ୍ଡା ଭଳି ବ୍ୟବହାର କରିବା ଗଣତାନ୍ତ୍ରିକ ଇତିହାସରେ ଏକ କଳାଦାଗ ବୋଲି ସେ କହିଛନ୍ତି । ଆଗାମୀ ଦିନରେ ମହିଳାଙ୍କ ସୁରକ୍ଷା ଓ ମର୍ଯ୍ୟାଦା ପାଇଁ କଂଗ୍ରେସ ଲଢ଼େଇ ଜାରି ରଖିବ ବୋଲି ଭକ୍ତ ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.