Latest Odisha News

BREAKING NEWS

ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଗଢିବେ ସରକାର, ହରିୟାଣାରେ ଝୁଲା ବିଧାନସଭା !

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ବିଜେପି-ଶିବସେନା ମେଣ୍ଟ ପୁଣିଥରେ ସରକାର ଗଢିବା ସମ୍ଭାବନା ସୃଷ୍ଟି ହୋଇଛି । ଗୁରୁବାର ଦିନ ଅନୁଷ୍ଠିତ ଭୋଟଗଣତିରେ ସମୁଦାୟ ୨୮୮ଟି ବିଧାନସଭା ଆସନ ମଧ୍ୟରୁ ବିଜେପି-ଶିବସେନା ମେଣ୍ଟ ୧୬୨ଟି ଆସନରେ ବିଜୟ ହାସଲ କରିଛନ୍ତି ବା ଅଗ୍ରଣୀ ଲାଭ କରିଛନ୍ତି । ଏଥିମଧ୍ୟରୁ ଅଧିକାଂଶ ଆସନ ମେଣ୍ଟର ପ୍ରାର୍ଥୀମାନେ ଜିତି ସାରିଥିବା ବେଳେ ଅନେକ ଆସନରେ ଏହି ଦୁଇଦଳର ପ୍ରାର୍ଥୀମାନେ ଅଗ୍ରଣୀ ଲାଭ କରିଛନ୍ତି ।

BjdElectrycity

ନିର୍ବାଚନରେ ଏହି ମେଣ୍ଟକୁ କଡ଼ା ଟକ୍କର୍ ଦେଇ ନିର୍ବାଚନ ଲଢିଥିବା ଏନସିପି-କଂଗ୍ରେସ ମେଣ୍ଟକୁ ମିଳିଛି ୯୯ଟି ଆସନ । ଅନ୍ୟ ଦଳ ଗୁଡ଼ିକ ୨୭ଟି ଆସନ ଅକ୍ତିଆର କରିବାର ସମ୍ଭାବନା ରହିିଛି । ଭୋଟଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ଏହି ଫଳାଫଳରେ କିଛିଟା ବ୍ୟତିକ୍ରମ ହୋଇପାରେ । ତେଣୁ ବିଜେପି-ଶିବସେନା ମେଣ୍ଟ ପୁଣିଥରେ ଶାସନ କ୍ଷମତାକୁ ଫେରିବାର ସମ୍ଭାବନା ରହିଛି ।

ଏନସିପିର ପ୍ରତିଷ୍ଠାତା ତଥା ବରିଷ୍ଠ ନେତା ଶରଦ ପାୱାର୍ ଇତିମଧ୍ୟରେ ଗଣମାଧ୍ୟମରେ ନିଜ ଦଳର ପରାଜୟ ସ୍ୱୀକାର ମଧ୍ୟ କରିଛନ୍ତି । ଏନଡ଼ିଟିଭିରେ ପ୍ରକାଶିତ ଏକ ଖବରରୁ ଜଣାପଡ଼ିଛି ଯେ, ବରିଷ୍ଠ ନେତା ଶରଦ ପାୱାର ଏହି ନିର୍ବାଚନରେ ଏନସିିପିର ପରାଜୟ ସ୍ୱୀକାର କରିବା ସହିତ ଦଳର ଏକ ଜରୁରୀ ବୈଠକ ସେ ଡ଼କାଇଛନ୍ତି ।
ହରିୟାଣାରେ ଗତ ୨୧ ତାରିଖରେ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଆଜି ମଧ୍ୟ ଫଳାଫଳ ଲାଗି ଭୋଟ୍ ଗଣତି ଚାଲିଛି । ତେବେ ଭୋଟ ଗଣତିର ଚୂଡ଼ାନ୍ତ ପର୍ଯ୍ୟାୟ ସୁଦ୍ଧା ଏକ ଝୁଲା ବିଧାନସଭା ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି । ହରିୟାଣାର ମୋଟ୍ ୯୦ଟି ଆସନ ମଧ୍ୟରୁ ବିଜେପିକୁ ୪୧ଟି ସିଟ୍ ମିଳିଥିବା ବେଳେ କଂଗ୍ରେସକୁ ୩୧ଟି ଆସନ ମିଳିପାରିଛି । ସେହିପରି ଜେଜେପିକୁ ମିଳିଛି ୧୦ଟି ଆସନ । ଏବେ ସୁଦ୍ଧା ଅନେକ ଆସନରେ ଭୋଟ ଗଣତି ଚାଲିଥିଲେ ମଧ୍ୟ ଏକ ଝୁଲା ବିଧାନସଭାର ଯଥେଷ୍ଟ ସମ୍ଭାବନା ଉଦ୍ରେକ କରୁଛି । ବିଧାନସଭାରେ ସରକାର ଗଠନ କରିବାକୁ ୪୬ଟି ଆସନ ଆବଶ୍ୟକ ।

Leave A Reply

Your email address will not be published.