Latest Odisha News

ବିଜେପୁରରେ ବିଜେଡିର ବାଜିମାତ୍, ରେକର୍ଡ କଲେ ରୀତା ସାହୁ

ବରଗଡ: ବରଗଡ ଜିଲ୍ଲା ଲୋକସଭା ଅର୍ନ୍ତଗତ ବିଜେପୁର ଉପ ନିର୍ବାଚନରେ ପୁଣି ବାଜିମାତ୍ କରିଛି ବିଜେଡ଼ି । ବିଜେଡି ପ୍ରାର୍ଥୀ ରୀତା ସାହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ବିପୁଳ ଭୋଟରେ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଛନ୍ତି ।

BjdElectrycity

ମିଳିଥିବା ସୂଚନାଅନୁଯାୟୀ ଗଣତିର ଶେଷ ରାଉଣ୍ଡ ସୁଦ୍ଧା ବିଜେଡିର ରୀତା ସାହୁ ୧୩୫୯୪୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସନତ ଗଡଟିଆ ୩୭୯୫୫ ଖଣ୍ଡ ଭୋଟ ପାଇଛନ୍ତି ସେହିପରି କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ୫୮୭୧ ଖଣ୍ଡ ଭୋଟ ପାଇଛନ୍ତି ।

ପୋଷ୍ଟାଲ୍ ଭୋଟ ଗଣତି ପରେ ହିଁ ନିର୍ବାଚନ କମିଶନ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରିବେ ।

୨୧ ରାଉଣ୍ଡ ଶେଷ ସୁଦ୍ଧା ଭୋଟ୍ ଗଣତି:

ରୀତା ସାହୁ – (ବିଜେଡ଼ି) – ୧୩୫୯୪୯ ଖଣ୍ଡ ଭୋଟ୍
ସନତ ଗଡତିଆ – (ବିଜେପି) – ୩୭୯୫୫ ଖଣ୍ଡ ଭୋଟ୍
ଦିଲ୍ଲୀପ ପଣ୍ଡା – (କଂଗ୍ରେସ)- ୫୮୭୧ ଖଣ୍ଡ ଭୋଟ୍

ଉଲ୍ଲେଖଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରେ ୧ଲକ୍ଷ ୧୦ହଜାର ୩୦୮ ପାଇଥିବା ବେଳେ ରୀତା ସାହୁ ଚଳିତ ଉପ ନିର୍ବାଚନରେ ୧୩୫୯୪୯ ଖଣ୍ଡ ଭୋଟ ଜିତିଛନ୍ତି।

ଆହୁରିମଧ୍ୟ ନିଜର ନିକଟତମ ପ୍ରତିଦ୍ବନ୍ଦୀଙ୍କ ଠାରୁ ୯୭୯୯୪ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରି ରୀତା ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି ।

ଏହି ବିଜୟ ହାସଲ କରିବା ପରେ ବିଜେଡ଼ି କର୍ମୀମାନେ ବିଜୟ ଉତ୍ସବ ପାଳନ କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ୍ ଯୋଗେ ରୀତା ସାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.