Latest Odisha News

ଆଜିଠୁ ବିଧାନସଭା ପରିସରରେ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୨୯ରୁ ବସିବ ବିଧାନସଭା ଅଧିବେଶନ । ତେବେ ଏହା ପୂର୍ବରୁ ଆଜିଠାରୁ ହେବ ବିଧାନସଭା ପରିସରରେ ହେବ କରୋନା ପରୀକ୍ଷା । କାରୋନା ପରୀକ୍ଷା ବିନା ପ୍ରବେଶ ମନା ହୋଇଛି । ତିନିଦିନରେ ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ, ସମସ୍ତ ସୁରକ୍ଷା କର୍ମଚାରୀଙ୍କର କରୋନା ପରୀକ୍ଷା ହେବ। ଏହିପରି ପ୍ରାୟ ୯୫୦ଜଣଙ୍କର କରୋନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ଦିନ ୪୦୦ଜଣଙ୍କର କରୋନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ବିଧାନସଭା କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କର କରୋନା ପରୀକ୍ଷା ହେବ।

ରବିବାର ଓ ସୋମବାର ମନ୍ତ୍ରୀ, ବିଧାୟକ, ସେମାନଙ୍କ ପିଏସଓ ଓ ଡ୍ରାଇଭରଙ୍କ ପରୀକ୍ଷା ହେବ। ରବିବାର ୩୦୦ ଜଣଙ୍କର, ସୋମବାର ପ୍ରାୟ ୨୫୦ ଜଣ କିମ୍ବା ବଳକା ଲୋକଙ୍କର କରୋନା ପରୀକ୍ଷା ହେବ। ଏଥିପାଇଁ ୭ଟି ଟିମ୍  ଗଠନ ହୋଇଛି । ଏହି ଟିମ୍  ଶନିବାର ଦୁଇ ଓଳି କରୋନା ନମୁନା ସଂଗ୍ରହ କରିବେ, ବାକି ଦୁଇଦିନ ଗୋଟିଏ ଓଳି ନମୁନା ସଂଗ୍ରହ ହେବ । ସମସ୍ତ ନମୁନା ରାପିଡ୍  ଆଣ୍ଟିଜେନ୍  ପରୀକ୍ଷା ପାଇଁ ସଂଗ୍ରହ ହେବ। ସୋମବାର ଅପରାହ୍ନରେ ବିଧାନସଭା ପରିସରକୁ ବିଶୋଧନ କରାଯିବ। ଏହାପରେ ୨୯ତାରିଖରୁ ବିଧାନସଭା ବସିବ।

ଏହି ସମୟରେ ଯଦି କାହାର ଜରୁରୀ ଆବଶ୍ୟକ ପଡ଼େ ତେବେ ସେମାନେ ପରୀକ୍ଷା କରିପାରିବେ। ଏଥିଲାଗି ବିଧାନସଭା ପରିସରରେ ଗୋଟିଏ ଟେଷ୍ଟିଂ ଟିମ୍ ରହିବ। ଏହି ଟିମ୍  ଆଣ୍ଟିଜେନ୍  ଟେଷ୍ଟ କରି ସଙ୍ଗେସଙ୍ଗେ ରିପୋର୍ଟ ପ୍ରଦାନ କରିବ। ସେହିପରି ବିଧାନସଭା ଚାଲିବାର ୫ଦିନ ପରେ ସମସ୍ତଙ୍କର ଆରଟି-ପିସିଆର୍ ଟେଷ୍ଟ ହେବ। ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ବିଧାନସଭା ଚାଲିବ। ଅଧିବେଶନ ବେଳେ ସାମଜିକ ଦୂରତ୍ବ ନିୟମଙ୍କୁ କଡାକଡି ପାଳନ କରାଯିବ । ଏଥିପାଇଁ ସଦସ୍ୟଙ୍କ ବସିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ।

Comments are closed.