Latest Odisha News

BREAKING NEWS

ବିଧାନସଭା ଅଧିବେଶନ: ବିନା କରୋନା ପରୀକ୍ଷାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ମନା

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୭ ଯାଏଁ ଚାଲିବ । ତେବେ ଏହି ସମୟରେ ସମସ୍ତ ପ୍ରକାରର କୋଭିଡ ଗାଇଡଲାଇନ୍ ପାଳନ କରାଯିବ ।

ବିଧାନସଭା ସମୟରେ ଯେଉଁ ଗଣମାଧ୍ୟମ କର୍ମଚାରୀ କଭରେଜ ପାଇଁ ଯିବେ ସେମାନଙ୍କ ମଧ୍ୟ କରୋନା ପରୀକ୍ଷ ହେବ । ବିନା କୋଭିଡ ଟେଷ୍ଟରେ ସେମାନଙ୍କ ପ୍ରବେଶ ମନା ହୋଇଛି । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ବିଧାନସଭା ଗୃହ କାର୍ଯ୍ୟ କଭରେଜ ଲାଗି ଯଥା ସମ୍ଭବ କମ୍ ସଂଖ୍ୟକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡାଯିବ ବୋଲି ନିଷ୍ପତି ହୋଇଛି ।

ଯେଉଁ କର୍ମଚାରୀମାନେ କଭରେଜ ପାଇଁ ଯିବେ ସେମାନଙ୍କ ନାଁ ଜଣାଇବାକୁ ହେବ । ସେହି ଅନୁସାରେ ପ୍ରତିନିଧିଙ୍କ କରୋନା ପରୀକ୍ଷା କରାଯିବ । ବୈଦ୍ୟୁତିକ ଗଣମାଧ୍ୟମର ଜଣେ ରିପୋର୍ଟର, ଜଣେ କ୍ୟାମେରାପର୍ସନ ଓ ଜଣେ ଆସିଷ୍ଟାଣ୍ଟକୁ ମିଶାଇ ୩ ଜଣ ଓ ପ୍ରିଂଟ ମିଡିଆରୁ ଜଣେ ଲେଖାଏ ପ୍ରତିନିଧିଙ୍କୁ କଭରେଜ ଲାଗି ଅନୁମତି ଦଆଯିବ ।

Leave A Reply

Your email address will not be published.