Latest Odisha News

ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ମହାମାରୀ କରୋନା ଭିତରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭା ମୌସୁମୀ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ଅଛନ୍ତି । ସେପେଟେ ମୁକାବିଲା କରିବାକୁ ସରକାର ବି ରଣ କୌଶଳ ପ୍ରସ୍ତୁତ କରିସାରିଛନ୍ତି । ଏହି ଅଧିବେଶନରରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି । ତେବେ କୋଭିଡ ସ୍ଥିତି ଲାଗି ପ୍ରଶ୍ନକାଳ ରହିବ ନାହିଁ ।

ଅଧିବେଶନ ସମୟରେ ସମସ୍ତ ବିଧାୟକ ମାସ୍କ ପିନ୍ଧିବେ । ସାମାଜିକ ଦୂରତା ରକ୍ଷା କରି ବସିବେ । ବିଭିନ୍ନ ସ୍ଥାନରେ ସାମ୍ନାପଟୁ ଗ୍ଲାସ ସିଲଡ୍ ମଧ୍ୟ ଲଗାଯାଇଛି । ଦର୍ଶକ ଗ୍ୟାଲେରି, ଭିଜିଟର ଗ୍ୟାଲେରିରେ ବି ବିଧାୟକମାନେ ବସିବେ । ୬୦ ବର୍ଷରୁ ଅଧିକ ବୟସ୍କ ସଦସ୍ୟ ଘରେ କିମ୍ବା ଜିଲ୍ଲାପାଳଙ୍କ ଅଫିସ କିମ୍ବା ଓକାକ୍ ବିଲ୍ଡିଂରେ ଭିସି ଜରିଆରେ ଗୃହ କାର୍ଯ୍ୟରେ ଭାଗ ନେଇ ପାରିବେ । ସେପଟେ ବିଧାନସଭା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମହାତ୍ମାଗାନ୍ଧି ମାର୍ଗରୁ ବିଧାନସଭା ଯାଏଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି । ୨୫ ପ୍ଲାଟୁନ୍ ପୋଲିସ ଫୋସ୍ ମୁତୟନ କରାଯାଇଛି ।

ତେବେ ଗୋଟିଏ ପଟେ ଗୃହକାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାବେଳେ ଘାରିଛି କରୋନା ଭୟ । ଜଣକ ପରେ ଜଣେ ବିଧାୟକ, କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ଲାଗି ସରକାରଙ୍କ ଚିନ୍ତା ବଢ଼ିଛି । ପ୍ରଥମ ଦୁଇ ଦିନରେ ମୋଟ ୧୪ ଜଣ ବିଧାୟକ, ମନ୍ତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.