Latest Odisha News

BREAKING NEWS

ପୁଣି ଥରେ ଜେରା ହେବେ ଦୀପିକା, ଶ୍ରଦ୍ଧା, ସାରା ଓ ରକୁଲ: ରିପୋର୍ଟ

ମୁମ୍ବାଇ: ଡ୍ରଗ୍ ଲିଙ୍କ ମାମଲାରେ ଆସିଛି ବଲିଉଡର ଆଗଧାଡ଼ିର ନାୟିକାଙ୍କ ନାମ। ଏନସିବି ଯାଞ୍ଚ ବେଳେ ଦୀପିକା ପାଦୁକୋନ୍, ସାରା ଅଲି ଖାନ୍, ଶ୍ରଦ୍ଧା କପୁର ଏବଂ ରକୁଲ ପ୍ରୀତ ସିଂ ସମାନ ମନ୍ତବ୍ୟ ଦେଇଥିବା ସୂଚନା ମିଳିଛି ।

ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓର ରିପୋର୍ଟ ଅନୁଯାୟୀ, ଏହି ଅଭିନେତ୍ରୀ ମାନେ ଭୟଭୀତ ହୋଇ ସମାନ ପ୍ରକାରେ ଉତ୍ତର ଦେଇଥିବାରୁ ଏମାନଙ୍କୁ ଆଉ ଥରେ ଜେରା ପାଇଁ ଡକାଯାଇପାରେ।

ଆହୁରି ମଧ୍ୟ କୁହାଯାଇଛି ଯେ, ଏନସିବି ଟିମ୍ ଅନ୍ୟାନ୍ୟ ଅନେକ ପ୍ରମାଣ ସଂଗ୍ରହ କରିଛି ଯାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ସେପ୍ଟେମ୍ବର ୨୬ ରେ ପଚରାଉଚରା କରାଯାଇଥିବା କୌଣସି ସେଲିବ୍ରିଟିଙ୍କୁ ଏନସିବି କ୍ଲିନ୍ ଚିଟ୍ ଦେଇ ନାହିଁ।

ଏହି ସମୟରେ, ଏନସିବି ଅଧିକାରୀମାନେ ଅଭିନେତ୍ରୀଙ୍କ ମୋବାଇଲ୍ ଫୋନ୍ ଜବତ କରିଥିଲେ ମାତ୍ର, ସେମାନଙ୍କର ଦସ୍ତଖତ ନେବାକୁ ଭୁଲି ଯାଇଥିଲେ। ଖବର ଅନୁଯାୟୀ ଏହି ଟିମ୍ ଶ୍ରଦ୍ଧା କପୁର ଏବଂ ସାରା ଅଲି ଖାନଙ୍କ ପ୍ରମୁଖଙ୍କ ବାସଭବନ ପରିଦର୍ଶନ କରି ସେମାନଙ୍କ ଦସ୍ତଖତ ନେଇଥିଲେ।

ଏହି ମାସ ଆରମ୍ଭରେ, ଏନସିବି ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକଙ୍କୁ ଡ୍ରଗ୍ ଲିଙ୍କରେ ସମ୍ପୃକ୍ତ ଥିବା ଦର୍ଶାଇ ଗିରଫ କରିଥିଲା। ସେପ୍ଟେମ୍ବର ୨୯ ରେ ବମ୍ବେ ହାଇକୋର୍ଟ ରିୟା ଏବଂ ସୌଭିକ ଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ।

Leave A Reply

Your email address will not be published.