Latest Odisha News

BREAKING NEWS

ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ପୁଣି ହଙ୍ଗାମା । ସରକାରଙ୍କୁ ଘେରିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ।  ପ୍ରଶ୍ନ ପଚାରିବାକୁ ତାଙ୍କୁ ସୁଯୋଗ ଦିଆ ଯାଉ ନ ଥିବା ଅଭିଯୋଗ କରିଛନ୍ତି ଗେପାଳପୁର ବିଧାୟକ । 

ବିଧାନସଭା ମଧ୍ୟରେ ଧାରଣାରେ ବସିଲେ ପ୍ରଦୀପ ପାଣିଗ୍ରାହୀ । ପ୍ରଶ୍ନ ପଚାରିବାରୁ ସୁଯୋଗ ନ ଦେବାରୁ ସେ ଧାରଣାରେ ବସିଲେ । ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଲେ । ଶେଷରେ ବାଚସ୍ପତିଙ୍କ ଅନୁରୋଧ କ୍ରମେ ଧାରଣାରୁ ହଟିଥିବା ଜଣାଯାଇଛି ।

ଆଗି ବିଧାନସଭା ମୌସୁମୀ ଅଧିବେଶନର ଥିଲା ୫ମ ଦିନ । ଆରମ୍ଭରୁ ସ୍ୱାଭାବିକ ଚାଲିଥିଲା ଅଧିବେଶନ ।   ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଆରମ୍ଭ ହୋଇଥିବା ବେଳେ ଗୃହରେ ଉତ୍ତର ରଖୁଥିଲେ ମନ୍ତ୍ରୀ । ଆଜି ଗୃହରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, ଜଳସମ୍ପଦ, କ୍ରୀଡା ଓ ଯୁବ କଲ୍ୟାଣ, ଯୋଜନା ଓ ସଂଯୋଜନା, ବାଣିଜ୍ୟ, ପରିବହନ ବିଭାଗକୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟ ରହିଛି ।

ଗତକାଲି ଚତୁର୍ଥ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ଥିବା ବେଳେ ଶୂନ୍ୟକାଳରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା । ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନଥିଲା ।

Leave A Reply

Your email address will not be published.