Latest Odisha News

ସ୍ବାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ପାରାଦୀପ: ସ୍କୁଟି ଉପରେ ମାଡିଗଲା ଡାଲାବଡି ଗାଡି । ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ସ୍ଵାମୀ । ପାରାଦୀପ ଅଠରବାଙ୍କୀ ଛକରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଉଭୟଙ୍କ ପରିଚୟ ମିଳିଥିବା ବେଳେ ସ୍ଵାମୀ ଜୟରାମ ପୂର୍ତୀ ପାରାଦୀପ ବନ୍ଦରରେ କାର୍ଯ୍ୟ କରୁଥିବା ଜଣେ ସାଧାରଣ କର୍ମଚାରୀ ଅଟନ୍ତି । ମୃତ ମହିଳାଙ୍କ ନାଁ ହେଉଛି ଗୋଲାପ ପୂର୍ତୀ ।

ଖବର ଅନୁସାରେ, ଗତକାଲି ସନ୍ଧ୍ୟାରେ ନିମିଢି ଗ୍ରାମରୁ ଏକ ଦମ୍ପତି ସ୍କୁଟି ଯୋଗେ ପାରାଦୀପ ଜେବି କଲୋନୀସ୍ଥିତ ନିଜ ଘରକୁ ଯାଉଥିଲେ । ସେହି ସମୟରେ ଅଠରବାଙ୍କୀ ଛକ ନିକଟରେ ଏକ ଡାଲାବଡି ଗାଡି ବିପରୀତ ଦିଗରୁ ଆସି ସ୍କୁଟି ଉପରକୁ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ଗୋଲାପ ପୂର୍ତୀଙ୍କର ମୃତ୍ୟୁ ହୋଇଥିବା ହେଲମେଟ ପିନ୍ଧି ଥିବା ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଥିଲେ ସ୍ଵାମୀ ଜୟରାମ ପୂର୍ତୀ । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଜୟରାମଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଅଠରବାଙ୍କୀ ମେଡିକାଲରେ ଭର୍ତ୍ତି କରିଛନ୍ତି । ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.