Latest Odisha News

BREAKING NEWS

ଝାନସୀରେ ମର୍ମନ୍ତୁଦ ଦୁର୍ଘଟଣା: ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଲାଗିଲା ନିଆଁ: ଜୀଅନ୍ତା ଜଳିଗଲେ ୨ଜଣ

କାନପୁର: ଝାନସୀରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଲାଗିଲା ଭୟଙ୍କର ନିଆଁ । ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ । ଜୀବନ୍ତ ଦଗ୍ଧ ହୋଇଗଲେ ୨ ଜଣ । ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶର ଝାନସୀରେ ।

ଖବର ଅନୁସାରେ, ଝାନସୀରୁ କାନପୁର ଅଭିମୁଖେ ଯାଉଥିଲା ଏକ ଟ୍ରକ । କାନପୁର ଜାତୀୟ ରାଜପଥରେ ଯାଉଥିବା ସମୟରେ ହଠାତ୍ ଟ୍ରକ୍ ଡ୍ରାଇଭରଙ୍କ ଆଖି ଲାଗି ଯାଇଥିଲା । ଫଳରେ ଭାରସ୍ୟାମ ହରାଇ ସାମ୍ନାରୁ ଆସୁଥିବା ଆଉ ଏକ ଟ୍ରକ ସହ ପିଟି ହୋଇଯାଇଥିଲା ଟ୍ରକ୍ ଟି। ଦୁର୍ଘଟଣା ଏତେ ଭୟଙ୍କର ଥିବା ଯେ, ଦୁର୍ଘଟଣା ପରେ ଟ୍ରକଟି ହଠାତ୍ ରାସ୍ତା ମଝିରେ ଜଳିବା ଆରମ୍ଭ ହୋଇଥିଲା । ଏହି ଅଗ୍ନିକାଣ୍ତରେ ୨ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଜୀବନ ବଞ୍ଚାଇବା ପାଇଁ ଟ୍ରକରୁ ଡେଇଁ ପଡିଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ । ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ସଫଳ ହୋଇଥିଲା । ପରେ ଗ୍ୟାସ୍ କଟରରେ ଟ୍ରକକୁ କାଟି ଦୁଇ ମୃତ ଦେବ ଉଦ୍ଧାର କରାଯାଇଥିଲା । ସେପଟେ ପୋଲିସ ଡେଇଁ ପଡିଥିବା ଦୁଇ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରିଛି । ବର୍ତ୍ତମାନ ସେହି ଦୁଇ ଜଣ ଗୁରୁତର ଥିବା ନେଇ ସୂଚନା ରହିଛି ।

Leave A Reply

Your email address will not be published.