Latest Odisha News

BREAKING NEWS

ସରକାରଙ୍କୁ ଜବାବ ମାଗିଲେ ନରସିଂହ,ଜୟ ନାରାୟଣ: ଅରୁଣ କହିଲେ, ବିରୋଧୀଙ୍କ ମାନସିକ ସ୍ଥିତି ଭଲ ନାହିଁ

ଭୁବନେଶ୍ୱର: ପୁଣି କମ୍ପିଲା  ବିଧାନସଭାର ଶୂନ୍ୟକାଳ । ପୁଣି ସରକାରଙ୍କୁ ଘେରିଲେ ବିରୋଧୀ। ବିଜେପି-କଂଗ୍ରେସର ପ୍ରଶ୍ନବାଣରେ କମ୍ପିଲା ଗୃହ । ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ପୁଣି ପ୍ରଶ୍ନ କରିଥିଲେ । ଅନ୍ୟପକ୍ଷେ  କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି ବୋଲି କହି ସରକାରଙ୍କ ଉପରେ ବର୍ଷିଥିଲେ । ଅନ୍ୟପକ୍ଷେ ବିରୋଧୀଙ୍କ ଏଭଳି ପ୍ରଶ୍ନକୁ କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

ବିଧାନସଭା ଶୂନ୍ୟକାଳରେ ସଚିବଙ୍କ ଗସ୍ତ ପ୍ରସଙ୍ଗକୁ ନେଇ ସରକାରଙ୍କୁ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ଏବଂ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ।  ଜୟ ନାରାୟଣ ମିଶ୍ର କହିଥିଲେ, ଆମେ ହେଲିକପ୍ଟର ହିସାବ ମାଗିନଥିଲୁ । ହେଲେ ମୁଖ୍ୟମନ୍ତ୍ରୀ  ତାଙ୍କ ଆଡୁ ହିସାବ ଦେଲେ ଯେ,  ୪୦ କୋଟି ଖର୍ଚ୍ଚ ହେଇଛି  । ଯଦି ଏ ହିସାବ ଦେଲେ ତେବେ କୁହନ୍ତୁ,  ଟେଣ୍ଟ ଏବଂ ଚେୟାର ପକେଇବା ଖର୍ଚ୍ଚ କେତେ? ସିକ୍ୟୁରିଟି ବାବଦ ଖର୍ଚ୍ଚ କେତେ ?

ସେତିକି ନୁହେଁ, ପାଲଲହଡା ବିଧାୟକଙ୍କ ବାହାଘର ଓ ତାଳଚେର ବିଧାୟକଙ୍କ ବାପା ଶୁଦ୍ଧିକ୍ରିୟାରେ ସଚିବ ଯିବା ପାଇଁ ହେଲିକପ୍ଟର ବ୍ୟବହାର କରିଥିଲେ କାହିଁକି ?   ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନାଁରେ ବୁକ୍ ଥିବା ହେଲିକପ୍ଟରକୁ ସଚିବ କଟକ ନେଇ କେମିତି ଯାଇଥିଲେ ? ଏ ନେଇ ମଧ୍ୟ ପ୍ରଶ୍ନ କରିଥିଲେ ଜୟନାରାୟଣ ମିଶ୍ର ।

ସେହିପରି ନରସିଂହ ମିଶ୍ର କହିଥିଲେ,  ସିଏମଓ ଗାନ୍ଧୀମାର୍ଗରେ ଥିବା ଆନ୍ଦୋଳନରତଙ୍କ ସମସ୍ୟା ବୁଝିବାକୁ ଯାଇ ପାରୁ ନାହାନ୍ତି । ସେତିକି ନୁହେଁ, ୫ଟି ସଚିବଙ୍କୁ ଟାର୍ଗେଟ କରି ନରାସିଂହ ମିଶ୍ର କହିଥିଲେ, ଶାସକ ଦଳର ମନ୍ତ୍ରୀ ବିଧାୟକ ଓ ସାଂସଦ ସଚିବଙ୍କ ସଭାରେ  ଚୌକି ପକାଇବ, ଗାତ ଖୋଳିବା ପାଇଁ ଏବଂ ସଭା ବାନ୍ଧିବା କାମ କରୁଛନ୍ତି ।  ଲୋକ ବୋହିବା କାମ କରୁଛନ୍ତି । ଏହା କ’ଣ ତାଙ୍କ କାମ କି  ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । ଶ୍ରୀ ମିଶ୍ର ଆହୁରି କହିଛନ୍ତି,  ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ଜନବିରୋଧୀ କହିବା ଠିକ୍ ନୁହେଁ, ଏହା ଅଗଣତାନ୍ତ୍ରିକ । ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ରାଜ୍ୟରେ ଗୁମାସ୍ତା ଶାସନ ଚାଲିଛି ।

ଶାସକ ଦଳର ଏପରି ଟିପ୍ପଣୀର ଜବାବ ଦେଇଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, ବିରୋଧୀ ବିଧାନସଭାରେ ଜ୍ଞାନ ବାଣ୍ଟୁଛନ୍ତି । ହେଲେ ବିଧାନସଭା ଜ୍ଞାନ ବିତରଣର ସଭା ନୁହେଁ ।

ସେପଟେ ବିରୋଧୀଙ୍କ ଏ ଟାର୍ଗେଟ ଭିତରେ ଏହାର ଜବାବ୍ ଦେଇଛନ୍ତି ବିଧାୟକ ଅରୁଣ ସାହୁ । ବିରୋଧୀମାନେ ଜ୍ଞାନ ବାଣ୍ଟୁଛନ୍ତି, କିନ୍ତୁ ଜ୍ଞାନ ଗ୍ରହଣ କରୁନାହାଁନ୍ତି । ବିଧାନସଭା ଜ୍ଞାନ ବିତରଣ ସଭା ନୁହେଁ ବୋଲି ସେ କହିଚନ୍ତି । ଏଥିସହିତ ବିଧାୟକ ଅରୁଣ ସାହୁ ଜୟନାରାୟଣ ମିଶ୍ରଙ୍କୁ ଟାର୍ଗେଟ କରିଛନ୍ତି । ତାଙ୍କର ମାନସିକ ସ୍ଥିତି ଭଲ ନାହିଁ ବୋଲି କହି କଡା ସମାଲୋଚନା କରିଛନ୍ତି । ଖବରରେ ରହିବା ପାଇଁ ସେ ସବୁବେଳେ ଅପାଳାପ ଓ ଅପଚେଷ୍ଟା କରୁଛନ୍ତି । ବିଧାନସଭା ଅଧିବେଶନ ସ୍ୱଳ୍ପ ସମୟ ପାଇଁ ହୋଇଛି । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିବାବେଳେ ବିରୋଧି ତାହା ଉପରେ ଆଲୋଚନା ନ କରି ସମୟ ନଷ୍ଟ କରୁଛନ୍ତି ବୋଲି ପାଲଟା ଅଭିଯୋଗ ଆଣିଛନ୍ତି ଅରୁଣ ସାହୁ ।

Leave A Reply

Your email address will not be published.