Latest Odisha News

BREAKING NEWS

‘ଜମ୍ବୁଲୋକ’ ଉପନ୍ୟାସ ପାଇଁ ଭୀମ ପୃଷ୍ଟି ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର : ବିଶିଷ୍ଟ ଉପନ୍ୟାସିକ ଭୀମ ପୃଷ୍ଟି ଚଳିତ ବର୍ଷ ପାଇଁ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ଇ ବହୁ ଚର୍ଚ୍ଚିତ ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଶ୍ରୀ ପୃଷ୍ଟିଙ୍କୁ ସମ୍ମାନପତ୍ର, ଫଳକ ସହିତ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ବୋଲି ଇମ୍ଫା ଚାରିଟେବଲ୍‌ ଟ୍ରଷ୍ଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଶ୍ରୀ ପୃଷ୍ଟି ସମ୍ପ୍ରତି ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ଲେଖକ । ପ୍ରଥମ ବହି, ହେ ମଣିଷ ମାନେ , ଅଧେ ମଣିଷ, ଗପର ହାତଗୋଡ଼, ଲଛମନିଆ, ମାନନୀୟ ଶ୍ରୀଯୁକ୍ତ , ଶ୍ରେଷ୍ଠ ଗଳ୍ପ , ମୁହାଣ , କବିତାର ଉପନ୍ୟାସ, ପ୍ରିୟନାରୀ , ସମୁଦ୍ର ମଣିଷ , ଓଁ , ପେଟ ଓ ପେଟତଳ ,୪ଉପନ୍ୟାସ, କୁଆଡ଼େ ଚାଲିଛ ରୁହ ପଞ୍ଚଭୂତ ଏବଂ ଜମ୍ବୁଲୋକ ଆଦି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା । ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ପୂର୍ବରୁ ସେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର , କାଦମ୍ବିନୀ ଗଳ୍ପ ସମ୍ମାନ, ଅନ୍ୱେଷା ସାହିତ୍ୟ ସମ୍ମାନ ସହ ଆହୁରି ଅନେକ ପୁରସ୍କାର ଓ ସମ୍ମାନରେ ପୁରସ୍କୃତ ଓ ସମ୍ମାନିତ ।

ସୂଚନାଯୋଗ୍ୟ ଯେ ବିଶିଷ୍ଟ ଶିଳ୍ପପତି ବୈଜ୍ଞାନିକ ଡ. ବଂଶୀଧର ପଣ୍ଡା ଓ ତାଙ୍କର ସହଧର୍ମିଣୀ କଳାବିଦୁଷୀ ଇଲା ପଣ୍ଡାଙ୍କର କଳାତ୍ମକ ଚେତନାର ଫଳଶ୍ରୁତି ହେଉଛି ଶାରଳା ପୁରସ୍କାର ଉତ୍ସବ । ୧୯୮୦ ମସିହାରୁ ପ୍ରଦାନ କରାଯାଇଆସୁଥିବା ଶାରଳା ପୁରସ୍କାର ୪୩ ବର୍ଷ ଧରି ଏହାର ଅଭିଯାତ୍ରା ଜାରି ରଖିଛି ।

Leave A Reply

Your email address will not be published.