Latest Odisha News

BREAKING NEWS

ଗିରଫ ହେଲେ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା, ରହିଛି ଆଖି ଖୋସି ହୋଇଗଲା ପରି ସମ୍ପତ୍ତି

କଟକ: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଭୁବନେଶ୍ୱର ଆର ଆଣ୍ଡ ବି ଡିଭିଜନ ୩ର ଆସିଷ୍ଟାଣ୍ଟ ଇଂଜିନିୟର ଅଶୋକ ପଣ୍ଡା । ଗିରଫ ପରେ କୋର୍ଟ ଚାଲାଣ ହେଲେ ଅଶୋକ ପଣ୍ଡା । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର ହେବେ ଆସିଷ୍ଟାଣ୍ଟ ଇଂଜିନିୟର ଅଶୋକ । ଆୟଠୁ ୨୧୩ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି ଅଶୋକ ।

ଗତ ୪ ଦିନ ଧରି ତାଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ଯାଞ୍ଚ ବେଳେ ମିଳିଛି ୩ଟି ବିଲ୍ଡିଂ, ୭ଟି ଫ୍ଲାଟ, ୪ଟି କମରସିଆଲ ଆଉଟଲେଟ, ୮ଟି ମୂଲ୍ୟବାନ ପ୍ଲଟ । ବିଭିନ୍ନ ବ୍ୟାଙ୍କରେ ୨ କୋଟି ୪୩ ଲକ୍ଷ ଟଙ୍କାର ଡିପୋଜିଟ ରହିଛି । DLF, ଗ୍ୟାଲେରିଆ, ସିମ୍ଫନୀ ମଲରେ ରହିଛି ୪ଟି ଦୋକାନ ଘର । ଯାଞ୍ଚ ବେଳେ ଦାମୀ ଆପାର୍ଟମେଣ୍ଟରେ ୭ଟି ଫ୍ଲାଟ ଠାବ ହୋଇଛି । ରାଜଧାନୀରେ ପ୍ରାୟ ଅଧିକାଂଶ ଦାମୀ ଆପାର୍ଟମେଣ୍ଟରେ ରହିଛି ଇଂଜିୟର ପଣ୍ଡାଙ୍କ ଫ୍ଲାଟ୍ ।

ସେହିପରି, ଜଟଣୀ ରୟାଲ ହେବିଟାଟ, ଗ୍ରେସ୍ ଆପାର୍ଟମେଣ୍ଟ, ଫୁଲନଖରା ସ୍ଥିତ ଗ୍ରାଣ୍ଡ ଆୱାସ, ଭିପୁଲ ଗାର୍ଡେନ ଆଦି ଆପାର୍ଟମେଣ୍ଟରେ ରହିଛି ଫ୍ଳାଟ୍ । ସାଇବର ସିଟିରେ ବ୍ୟବସାୟ ପ୍ରତିଷ୍ଠାନ ଠାବ ହୋଇଛି ।

ଭୁବନେଶ୍ବରରେ ୭ଟି ଏବଂ ପୁରୀରେ ଗୋଟିଏ ମୂଲ୍ୟବାନ ପ୍ଲଟ୍ କୁ ମିଶାଇ ୮ଟି ପ୍ଲଟ ଠାବ କରିଛି ଭିଜିଲାନ୍ସ । ୩୭ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ପୋଷ୍ଟାଲ ଜମା ଠାବ ହୋଇଛି । ବାବୁଙ୍କର ୨୧ ଲକ୍ଷ ଟଙ୍କାର ଘରକରଣା ସାମଗ୍ରୀ ରହିଛି । ଗୋଟିଏ ୪ ଚକିଆ ଗାଡ଼ି ରହିଛି ।

Comments are closed.