Latest Odisha News

ଗିରଫ ହେଲେ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ

ଭଞ୍ଜନଗର :  ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତୀକେଶ୍ୱର ରାଉଳଙ୍କୁ ଆଜି ଗିରଫ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଦୀର୍ଘ ୪୮ ଘଣ୍ଟାଧରି ଯନ୍ତ୍ରୀ ଘରେ ରେଡ ଜାରି ରଖିଥିଲା ଭିଜିଲାନ୍ସ ଟିମ୍ । ଓଡ଼ିଶା ଭିଜିଲାନ୍ସ ଇତିହାସରେ ରେକର୍ଡ କ୍ୟାସ୍‌ ଜବତ କରାଯାଇଛି।

କାର୍ତ୍ତିକେଶ୍ୱରଙ୍କ ଭୁବନେଶ୍ୱର କଳିଙ୍ଗନଗର ସ୍ଥିତ ଆପାର୍ଟମେଣ୍ଟରୁ ୨ କୋଟି ୫୦ ଲକ୍ଷ ଟଙ୍କା ମିଳିଛି । ଯନ୍ତ୍ରୀଙ୍କ ଘରେ ଟଙ୍କା ଗଣିବା ପାଇଁ ମେସିନର ବ୍ୟବହାର ହୋଇଥିଲା । ଭିଜିଲାନ୍ସ ବିଭାଗ ଯନ୍ତ୍ରୀଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କା ଠାବ କରିବା ସହ ୨୦ଟି  ସୁନା ବିସ୍କେଟ ଜବତ କରିଛି ।ଏହି ଟଙ୍କାକୁ ସବୁ ଭିଜିଲାନ୍ସ ବିଭାଗ ୩ ଟି ଆଟାଜରେ ଭର୍ତ୍ତି କରି ନେଇ ଯାଇଥିଲା।

ତାସହ ଯନ୍ତ୍ରୀଙ୍କର ଭୁବନେଶ୍ୱରରେ ଦୁଇଟି ଫ୍ଲାଟ ସମେତ ୭ଟି ପ୍ଲଟ ରହିଛି । ବିଭିନ୍ନ ଇନସ୍ୟୁରାନ୍ସରେ ୩୭ ଲକ୍ଷ ୨୩ ହଜାର ଟଙ୍କା ରହିଛି  । ଆହ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି ସହକାରୀ କାର୍ତ୍ତିକ ରାଉଳଙ୍କ ଘରେ ଭିଜିଲାନ୍ସ ଟିମ ଚଢାଉ କରିଥିଲା ।ଏକ କାଳିନ ୬ ଟି ସ୍ଥାନରେ ଚାଲିଥିଲା ରେଡ । ଭିଜିଲାନ୍ସ ବିଭାଗ ଯନ୍ତ୍ରୀଙ୍କ ଭୁବନେଶ୍ୱର ଓ ଭଞ୍ଜନଗରରେ ଆୟ ବହିର୍ଭୁତ ସମ୍ପତି ଜବତ କରିଥିଲା ଭିଜିଲାନ୍ସ ବିଭାଗ । ଆଜି ଯନ୍ତ୍ରୀଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.