Latest Odisha News

BREAKING NEWS

ଚହଲଙ୍କ ଚାଂଚଲ୍ୟକର ଖୁଲାସାରେ ଚହଲିଗଲେ ସମସ୍ତେ !

ପୁଣେ: ଭାରତୀୟ କ୍ରିକେଟର ଲୋକପ୍ରିୟ ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ଆଜି ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ଯାହାକି ସମସ୍ତ କ୍ରିକେଟପ୍ରେମୀଙ୍କ ମନକୁ ଚହଲାଇ ଦେଇଛି । ରବିଚନ୍ଦ୍ରନ ଅଶ୍ୱୀନ ଓ କରୁଣ ନାୟାରଙ୍କ ସେ ଏକ ଆଲୋଚନା ଭିଡିଓରେ ଏହା ଖୁଲାସା କରିଛନ୍ତି । ୨୦୧୩ରେ ଚହଲ ମୁମ୍ବାଇ ଇଣ୍ଡିଆ ଟିମ ସହିତ ଜଡିଥ ଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ ପରେ ହୋଟେଲରେ ଏକ ପାର୍ଟିର ଆୟୋଜନ ହୋଇଥିଲା । ଜଣେ ଖେଳାଳି (ନାମ ପ୍ରକାଶ କରି ନାହାନ୍ତି) ଅତ୍ୟଧିକ ମଦ୍ୟପାନ କରିବା ପରେ ସେ ମୋତେ ବାଲକୋନୀକୁ ଡାକିଥିଲେ ।

୧୫ ମହଲାରେ ଏହି ସବୁ ଘଟଣା ଘଟୁଥିଲା । ହଠାତ ସେ ମୋତେ ଧରି ପକାଇ ବାଲକୋନୀରେ ଝୁଲାଇ ଦେଇଥିଲେ । ମୁଁ ତାଙ୍କ ବେକକୁ ଧରି ରହିଥାଏ । ଯଦି ହାତ ଛାଡି ଦେଇଥାଆନ୍ତି ତାହାହେଲେ ନିଶ୍ଚିତ ଭାବେ ମୃତ୍ୟୁ ମୁଖରେ ପଡିଥାନ୍ତି ବୋଲି କହିଛନ୍ତି । ଭାଗ୍ୟ ଭଲ ସେଠାକୁ କେତେକ ଲୋକ ଦୌଡି ଆସି ମୋତେ ଉଦ୍ଧାର କରିଥିଲେ । ମୁଁ ଏକ ପ୍ରକାର ଅଚେତ ଅବସ୍ଥାକୁ ଆସି ଯାଇଥିଲି ବୋଲି ଚହଲ କହିଥିଲେ । କିଛି ସମୟ ପରେ ମୁଁ ହୃଦୟଙ୍ଗମ କରିଥିଲି ବାହାରକୁ ଯିବା ବେଳେ ସବୁ ଦିଗ ପ୍ରତି ଆମକୁ ସତର୍କ ରହିବାକୁ ପଡିବ । ଚହଲଙ୍କ ଏହି ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି ।

Leave A Reply

Your email address will not be published.