Latest Odisha News

ବିଦ୍ୟୁତ ବିଭ୍ରାଟର ବିକଳ୍ପ ସମାଧାନ : ଟିପିଏସ୍‌ଓଡିଏଲ୍ ପକ୍ଷରୁ ବିଦ୍ୟୁତ ଯୋଗାଣ ପାଇଁ ଭ୍ରାମ୍ୟମାଣ କମ୍ପାକ୍ଟ ସବ୍‌ଷ୍ଟେସନର ଶୁଭାରମ୍ଭ

ବ୍ରହ୍ମପୁର : ବ୍ରହ୍ମପୁରରେ ଟିପିଏସଓଡିଏଲ ପକ୍ଷରୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗଣ ପାଇଁ ଭ୍ରାମ୍ୟମାଣ୍ୟ କମ୍ପାକ୍ଟ ଷ୍ଟେସନ ଶୁଭାରମ୍ଭ ହୋଇଛି । ବିଦ୍ୟୁତ ବିଭ୍ରାଟ ସମୟରେ ଭରସ୍ୟାଯୋଗ୍ୟ ଯୋଗାଣ ପାଇଁ ଏହା ବିକଳ୍ପ ସମାଧାନ ।  ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଡେ୍ (ଟିପିଏସଓଡିଏଲ୍‌) ପକ୍ଷରୁ ଏହାର କାର୍ଯ୍ୟ କ୍ଷେତ୍ରରେ ଭ୍ରାମ୍ୟମାଣ ସବଷ୍ଟେସନ ଭାବେ ପରିଚିତ ଅଭିନବ ସମାଧାନର ଶୁଭାରମ୍ଭ କରାଯାଇଛି ।

ଏହି ଭ୍ରାମ୍ୟମାଣ ସବଷ୍ଟେସନରେ ସାମିଲ ରହିଛି ଏକ ବିତରଣ ଟ୍ରାନ୍ସଫରମର, ହାଇ ଟେନସନ୍ ଓ ଲୋ ଟେନ୍‌ସନ୍ ସୁରକ୍ଷା ଉପକରଣ ସହିତ ଏକ ଭ୍ରାମ୍ୟମାଣ ଟ୍ରଲିରେ ଖଞ୍ଜାଯାଇଛି ଅନ୍ୟାନ୍ୟ ଉପକରଣ । ଏହି ଭ୍ରାମ୍ୟମାଣ କ୍ଷୁଦ୍ର ଆକୃତିର ସବଷ୍ଟେସନ ହେଉଛି ପ୍ଲଗ୍‌-ଇନ୍ ପ୍ରକାରର ସବଷ୍ଟେସନ ଓ ପରିବହନ ସମୟ ବ୍ୟତୀତ ସେବା ପାଇଁ ଏହାକୁ ଉପଯୋଗୀ କରିବା ଲାଗି ୧.୫ ଘଂଟା ସମୟ ଦରକାର । ସ୍ଥାପିତ ଟ୍ରାନ୍ସଫରମର ଖରାପ ହୋଇଯିବା ଓ ହସ୍ପିଟାଲ ଭଳି ପ୍ରମୁଖ ସଂସ୍ଥା୍‌, ଜଳ ଯୋଗାଣ ଏବଂ ଝଡ଼ ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଭଳି ମାମଲାରେ ଶୀଘ୍ର ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବା ଲାଗି ଏହାକୁ ବ୍ୟବହାର କରାଯାଉଛି ।

ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ସିଂହ କହିଛନ୍ତି ଯେ, “ନୂତନ ପ୍ରଯୁକ୍ତି ପ୍ରୟୋଗ କରିବା ଏବଂ ଆମର ଗ୍ରାହକମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ରହିଥିବା ଲକ୍ଷ୍ୟର ଏହା ହେଉଛି ଏକ ଅଂଶ । ଗ୍ରାହକ ସନ୍ତୁଷ୍ଟି ଉପରେ ଗୁରୁତ୍ୱ ଦେଇ ଆମେ ନବସୃଜନ ଜାରି ରଖିବୁ ଏବଂ ନୂତନ ସେବା ଆରମ୍ଭ କରିବୁ ।”

ଭ୍ରାମ୍ୟମାଣ ସବଷ୍ଟେସନର ଲାଭ:
. ତ୍ରୁଟିପୂର୍ଣ୍ଣ ବିତରଣ ଟ୍ରାନ୍ସଫରମର ଭଳି ମାମଲାରେ ବିଦ୍ୟୁତ ସେବାକୁ ଶୀଘ୍ର ସ୍ୱାଭାବିକ କରିବା ଲାଗି ଭ୍ରାମ୍ୟମାଣ ସବଷ୍ଟେସନକୁ ଶୀଘ୍ର ନିଆଯାଇପାରିବ
. ହସ୍ପିଟାଲ ଓ ଜଳ ଯୋଗାଣ ଭଳି ଗୁରୁତ୍ୱପୂର୍ଣ୍ଣ ଗ୍ରାହକଙ୍କ ଜରୁରୀକାଳୀନ ସେବା ମାମଲାରେ ବିଦ୍ୟୁତ ଯୋଗାଣକୁ ଶୀଘ୍ର ସ୍ୱାଭାବିକ କରିବାରେ ଏହି ସବଷ୍ଟେସନ ବେଶ ସହାୟକ ହେବ ।
. ଡିଏସ୍‌ଏସ୍‌ର ମରାମତି ମାମଲାରେ ଗ୍ରାହକମାନଙ୍କୁ ବିଦ୍ୟୁତ ଯୋଗାଣ ଲାଗି ଭ୍ରାମ୍ୟମାଣ ସବଷ୍ଟେସନକୁ ବ୍ୟବହାର କରାଯାଇପାରିବ ।
. ପ୍ରକଳ୍ପ କାର୍ଯ୍ୟ ସମୟରେ ସାମୟିକ ବିଦ୍ୟୁତ ଯୋଗାଣ ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ ।

. ଏହି ସବଷ୍ଟେସନ ହେଉଛି କ୍ଷୁଦ୍ର (କମ୍ପାକ୍ଟ) ଓ ସହଜରେ ତାହାକୁ ନିଆଯାଇପାରିବ, ତେଣୁ ଝଡ଼ ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଶୀଘ୍ର ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବାରେ ତାହା ସହାୟକ ହେବ ।

Leave A Reply

Your email address will not be published.