Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ମତ୍ସ୍ୟ ଅଧିକାରୀ ଓ ସହଯୋଗୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଠାରୁ ନେଉଥିଲେ ଲାଞ୍ଚ

ଭୁବନେଶ୍ୱର: ଲାଞ୍ଚ ନେବାବେଳେ ଧରାପଡିଲେ ମତ୍ସ୍ୟ ଅଧିକାରୀ ଓ ତାଙ୍କ ସହଯୋଗୀ। ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗୁରୁବାର ସୁବର୍ଣ୍ଣପୁର ବୀରମହାରାଜାପୁର ସହକାରୀ ମତ୍ସ୍ୟ ଅଧିକାରୀ (ଏଏଫଓ) ବିଭୂତି ଭୂଷଣ ପ୍ରଧାନ ଏବଂ ତାଙ୍କ ସହଯୋଗୀ ବାବୁଲାଲ ବାରିକଙ୍କୁ ୩୦,୦୦୦ ଟଙ୍କା ଲାଞ୍ଚ ଦାବି ଏବଂ ଗ୍ରହଣ କରିବା ଅଭିଯୋଗରେ ଗିରଫ କରିଛନ୍ତି।

ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଠାରୁ ନେଉଥିଲେ ଲାଞ୍ଚ। ସେହିପରି ଅନ୍ୟ ଜଣେ ବ୍ୟକ୍ତି ବାବୁଲାଲ ବାରିକଙ୍କ ମାଧ୍ୟମରେ ନେଉଥିଲେ ଲାଞ୍ଚ। ଟ୍ରାପ ପରେ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ବିଭୂତି ପ୍ରଧାନଙ୍କ ଦୁଇଟି ସ୍ଥାନ ଓ ବାବୁଲାଲ ବାରିକଙ୍କ ଗୋଟିଏ ସ୍ଥାନରେ ଚାଲିଛି ଯାଞ୍ଚ।

ସୂଚନା ଅନୁସାରେ ଗାଁ ପୋଖରୀରେ ମାଛ ଚାଷ ସବସିଡ଼ି ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀ ଠାରୁ ମାଗିଥିଲେ ୪୫ ହଜାର ଟଙ୍କା। ପରେ ୩୦ ହଜାର ଟଙ୍କା ପାଇଁ ରାଜି ହୋଇଥିଲେ। ଆଜି ଲାଞ୍ଚ ନେବାବେଳେ ଧରାପଡିଗଲେ ଦୁଇ ଅଧିକାରୀ। ଉଭୟଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି ଭିଜିଲାନ୍ସ। ସେମାନଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।

Comments are closed.