Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଞ୍ଜିନିୟର

ନୟାଗଡ଼: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ଆର୍.ଡି ଡିଭିଜନ ଆସିଷ୍ଟାଣ୍ଡ ଇଞ୍ଜିନିୟର ଋଷିନାଥ ବରାଳ । ତାଙ୍କର ଆୟ ବର୍ହିଭୁତ ସମ୍ପତ୍ତିର ଯାଞ୍ଚ ଚାଲିଛି । ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚଳାଇଛନ୍ତି ଭିଜିଲାନ୍ସର ୪ଟି ଟିମ୍ । ଖୋର୍ଦ୍ଧା, ନୟାଗଡ଼ ଓ ଢେଙ୍କାନାଳ ଜିଲ୍ଲାର ୪ଟି ସ୍ଥାନରେ ଚଢ଼ାଉ ଚାଲିଛି ।

ବର୍ତ୍ତମାନ ସୁଦ୍ଧା ଚଢ଼ାଉରୁ ଋଷିନାଥ ବରାଳଙ୍କ ପାଖରୁ ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଛି । ତାଙ୍କର ଗୋଟିଏ ପ୍ଲଟ, ଗୋଟିଏ ଚାରି ଚକିଆ ଓ ଗୋଟିଏ ଦୁଇ ଚକିଆ ଯାନ ଥିବା ଜଣାପଡିଛି । ଚଢ଼ାଉରେ ସାମିଲ ଅଛଛନ୍ତି ୪ ଜଣ ଡିଏସପି ଓ ୮ ଜଣ ଇନିସ୍ପେକ୍ଟର । ରେଡ୍ ପରେ ସ୍ପଷ୍ଟ ହେବ କେତେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି ଋଷିନାଥ ବରାଳ ।

Leave A Reply

Your email address will not be published.