Latest Odisha News

BREAKING NEWS

ଆଜି ଭାରତ ଓ ଚୀନ WMCC ବୈଠକ

ଦିଲ୍ଲୀ: ଆଜି ଭାରତ ଓ ଚୀନ ୱାର୍କିଂ ମେକାନିଜିନ୍ ଫର କନସଲଟେସନ୍ ଆଣ୍ଡ ମେକାନିଜିମ୍ର ବା ଡ଼ବ୍ଲୁଏମସିସି ବୈଠକ ହେବ । ଭର୍ଚୁଆଲରେ ଏହି ବୈଠକ ବସିବ । ବୈଠକରେ ପ୍ରତିନିଧିତ୍ୱ କରିବେ ବରିଷ୍ଠ କୁଟନୀତିଜ୍ଞ ନବୀନ ଶ୍ରୀବାସ୍ତବ । ଏଥିରେ ସେନା ଅଧିକାରୀ, ଭାରତ ତିବତ ସୀମା ପୋଲିସ, ପ୍ରତିରକ୍ଷା ଓ ଗୃହମନ୍ତ୍ରାଳୟର ଅଧିକାରୀ ସାମିଲ ହେବେ ।

ଆଲୋଚନାରେ ହଟ୍ ସ୍ପ୍ରିଙ୍ଗ ଓ ଡ଼େପସାଙ୍ଗରୁ ସୈନ୍ୟ ପ୍ରତ୍ୟାହାର ଉପରେ ଫୋକସ୍ ରହିବ । ଅକ୍ଟୋବର ୧୦ତାରିଖରେ ୧୩ତମ ବରିଷ୍ଠ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା । ଏହି ବୈଠକରେ ସୀମା ବିବାଦ ନେଇ ଡ଼ବ୍ଲୁଏମସିସିର ଏକ ବୈଠକ ନେଇ ସହମତି ହୋଇଥିଲା । ଏଥିରେ ପୂର୍ବ ଲଦାଖରେ ଦେଖାଦେଇଥିବା ବିବାଦ ନେଇ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.