Latest Odisha News

BREAKING NEWS

ପୃଥିବୀ ନିକଟକୁ ଆସୁଛି ଗ୍ରହାଣୁ; ଧକ୍କା ହେବାର ସମ୍ଭାବନା ନାହିଁ

ଭୁବନେଶ୍ୱର: ସେପ୍ଟେମ୍ବର ୬ ତାରିଖରେ ଭାରତୀୟ ସମୟ ଅନୁଯାୟୀ ଦିନ ୨ଟା.୦୮ମି. ସମୟରେ ଏକ ଗ୍ରହାଣୁ ପୃଥିବୀର ସବୁଠାରୁ ନିକଟତର ହେବାକୁ ଯାଉଛି । ହେଲେ ଏହା ଧକ୍କା ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ଭୁମବନେଶ୍ୱର ସ୍ଥିିତ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ।

ସୂଚନାନୁଯାୟୀ ଏହି ସମୟ ମଧ୍ୟରେ ଏହାର ଦୂରତା ପ୍ରାୟ ୭୭ ଲକ୍ଷ କିମି. ଅର୍ଥାତ୍ ଏହା ପୃଥିବୀ-ଚନ୍ଦ୍ର ଦୂରତାର ପ୍ରାୟ ୧୯ ଗୁଣ ଦୂରରେ ରହିବ । ଏହାର ହାରାହାରି ବେଗ ଘଣ୍ଟା ପ୍ରତି ୫୧,୦୦୦ କିମି. ରହିଛି ।

ଏହି ଗ୍ରହାଣୁର ନାମ ୪୬୫୮୨୪,୨୦୧୦ ଏଫ୍. ଆର୍. ରହିଛି । ଯାହାକୁ ୨୦୧୦ ମସିହା ମାର୍ଚ୍ଚ ୧୮ ତାରିଖରେ ଆବିଷ୍କାର କରାଯାଇଥିଲା ।

 

Leave A Reply

Your email address will not be published.