Latest Odisha News

BREAKING NEWS

ଡ୍ରଗ୍ସ ଲିଙ୍କ: ତିନି ଜଣ ବନ୍ଧା ହେଲେଣି, ଏଥର ରିୟାଙ୍କ ପାଳି !

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ଓ ଡ୍ରଗ୍ସ ଲିଙ୍କ ମାମଲାରେ ତଦନ୍ତକୁ ଜୋରଦାର କରିଛନ୍ତି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଓ ସିବିଆଇ । ଡ୍ରଗ୍ସ ଲିଙ୍କରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ହାଜର ପାଇଁ ଡାକିଛି ଏନସିବି । ଜେରା କରିବ । ଚର୍ଚ୍ଚା ହେଉଛି ଯେକୌଣସି ମୁହୂର୍ତ୍ତରେ ରିୟାଙ୍କୁ ଗିରଫ କରିପାରେ ଏନସିବି । ତାଙ୍କ ବିରୋଧରେ ତଥ୍ୟ ପ୍ରମାଣ ଯୋଗାଡ଼ ଚାଲିଛି ।

ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଛନ୍ତି ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡା । ସେମାନଙ୍କୁ ଆସନ୍ତା ୯ ତାରିଖ ଯାଏଁ ରିମାଣ୍ଡରେ ନେଇ ଜେରା ଚାଲିଛି । ଗତକାଲି ଦୀପେଶ ସାଓ୍ୱନ୍ତ ଗିରଫ ହୋଇଥିଲେ । ଡ୍ରଗ୍ସ କିଣିବା ଓ ବିକିବା ଅଭିଯୋଗରେ ବୟାନ ଓ ଡିଜିଟାଲ୍ ତଥ୍ୟ ପ୍ରମାଣ ଆଧାରରେ ଗିରଫ ହୋଇଛନ୍ତି ଦୀପେଶ ।

ଆଜି ରିୟା ଏନସିବିରେ ହାଜର ହେବେ । କୁହାଯାଉଛି ସୌଭିକ ଚକ୍ରବର୍ତ୍ତୀ ଓ ଦୀପେଶଙ୍କ ସହ ରିୟାଙ୍କୁ ସାମନା ସାମନି ଜେରା କରାଯାଇପାରେ । ରିୟାଙ୍କ ବିରୋଧରେ ସ୍ପଷ୍ଟ ତଥ୍ୟ ପ୍ରମାଣ ମିଳିଲେ ବନ୍ଧା ହେବେ ।

ଏହାରି ଭିତରେ ଡ୍ରଗ୍ସ ଲିଙ୍କରେ ଏନସିବି ସୌଭିକ, ସାମୁଏଲ୍ ଓ ଦୀପେଶଙ୍କୁ ମିଶାଇ ସାତ ଜଣଙ୍କୁ ଗିରଫ କରି ସାରିଲାଣି । ସୁଶାନ୍ତ ସିଂହ ରାଜପୁର ଆତ୍ମହତ୍ୟା କରିବା ଦିନ ତାଙ୍କ ଘରେ ଚାରି ଜଣ ଥିଲେ । କୁକ୍ ନୀରଜ ଓ କେଶବଙ୍କ ସମେତ ଦୀପେଶ ସାଓ୍ୱନ୍ତ ଓ ସିଦ୍ଧାର୍ଥ ପିଠାନୀ ।

Leave A Reply

Your email address will not be published.