Latest Odisha News

BREAKING NEWS

ଭୁବନେଶ୍ବର ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଅନୁଭୂତି ବାଣ୍ଟିଲେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା

ଭୁବନେଶ୍ଵର: ରାଜଧାନୀରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ଭୁବନେଶ୍ୱର ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମେଳା ସାଇଟେଡ଼ ର ନବମ ସଂସ୍କରଣରେ ଯୋଗ ଦେଇଛନ୍ତି ମହାକାଶଚାରୀ ଶୁଭାଂଶୁ । ଆକ୍ସିୟମ-୪ ମିଶନରେ ୧୮ ଦିନ ମହାକାଶରେ ରହିଥିଲେ ଶୁଭାଂଶୁ । ମହାକାଶ ଯାତ୍ରା ସମୟରେ କଣ ଥିଲା ତାଙ୍କର ଅନୁଭୂତି ଛାତ୍ରଛାତ୍ରୀଙ୍କୁ ସେ କହିଛନ୍ତି ।

ସେ କହିଛନ୍ତି, ମହାକାଶର ଅନୁଭୂତି ଥିଲା ଅତ୍ୟନ୍ତ ନିଆରା । ପ୍ରଥମ ୫ ଦିନ ଖାପ ଖୁଆଇବା ଥିଲା ବେଶ୍ ଚ୍ୟାଲେଞ୍ଜିଂ । ସେହିପରି ଫେରିବା ପରେ ପୃଥିବୀପୃଷ୍ଠ ବି ଥଲା ଆମ ପାଇଁ ଚ୍ୟାଲେଞ୍ଜିଂ । ସ୍ପେଶ୍‌ରେ ଜିରୋ ଗ୍ରାଭିଟି କାରଣରୁ ଉଚ୍ଚତା ବଢ଼ିବା ପରି ଲାଗେ । ରକ୍ତଚାପରେ ପରିବର୍ତ୍ତନ ଯୋଗୁ ହୃତ୍‌ସ୍ପନ୍ଦନ କମ୍‌ ହୋଇଥାଏ । ମହାକାଶରେ ଡ୍ରାଏଫୁଡ୍ ଖାଇବା ସମ୍ଭବ ନୁହେଁ, ଖୋଲିଯାଇ ପାରେ । ତେଣୁ କିଛି ଆଦ୍ରଯୁକ୍ତ ଖାଦ୍ୟ ସାମଗ୍ରୀ ଖାଇଥାଉ ବୋଲି ସେ କହିଛନ୍ତି ।

ଜୁନ୍ ୨୫ ତାରିଖରେ ସ୍ପେସ୍ ଡ୍ରାଗନ୍ ମହାକାଶ ଯାନରେ ଅନ୍ତରୀକ୍ଷକୁ ଯାତ୍ରା କରିଥିଲେ ଗ୍ରୁପ କ୍ୟାପଟେନ୍ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ ।ଏବେ ଗଗନଯାନ ମିଶନ କାମ ଚାଲିଛି । ୨୦୪୦ ସୁଦ୍ଧା ଚନ୍ଦ୍ରକୁ ଯିବାର ଲକ୍ଷ୍ୟ ରହିଛି । ଏରୋସ୍ପେଶ୍ ପାଇଁ ଯେଉଁମାନେ ଆଗ୍ରହୀ, ମୁଁ ଉତ୍ସାହିତ କରିବି ବୋଲି କହିଛନ୍ତି ଶୁଭାଂଶୁ ।

Comments are closed.