Latest Odisha News

ଅବସର ପରେ ସାକାର କରୁଛନ୍ତି ସ୍ବପ୍ନ, ୬୪ ବର୍ଷରେ ବନିଲେ ଡାକ୍ତର

ଭୁବନେଶ୍ୱର: କଥାରେ ଅଛି, ଇଚ୍ଛା ଶକ୍ତି ଆଗରେ ହାର ମାନେ ବୟସ। ଆଉ ଏହାକୁ ସତ ବୋଲି ପ୍ରମାଣିତ କରିଛନ୍ତି ଓଡିଶାର ଜୟ କିଶୋର ପ୍ରଧାନ।

ପରିଣତ ବୟସରେ ନିଜ ସ୍ୱପ୍ନକୁ ସାକାର କରିଛନ୍ତି ଜୟ କିଶୋର। ସାଧାରଣତଃ ଲୋକମାନେ ଅବସର ନେବା ପରେ ବାକି ଜୀବନ ଆରାମରେ ବିତାଇବାକୁ ଚାହିଁଥାନ୍ତି। କିନ୍ତୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡେପୁଟି ମ୍ୟାନେଜର ପଦରୁ ଅବସର ନେଇଥିବା ଜୟ କିଶୋର ପ୍ରଧାନ ବର୍ତ୍ତମାନ MBBS ପଢିବାରେ ବ୍ୟସ୍ତ ଅଛନ୍ତି। ୬୪ ବର୍ଷ ବୟସରେ ସେ NEET UG ୨୦୨୦ ପରୀକ୍ଷା ଦେଇଥିଲେ ଏବଂ MBBS ପାଇଁ ଆଡମିଶନ ମଧ୍ଯ କରିଥିଲେ।

ତେବେ ସେ ୧୯୭୪ରେ ପ୍ରଥମ ଥର ପାଇଁ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଦେଇଥିଲେ।

ସୂଚନାନୁସାରେ, ଦ୍ୱାଦଶ ପାସ୍ କରିବା ପରେ ଜୟ କିଶୋର ୧୯୭୪ ମସିହାରେ ପ୍ରଥମ ଥର ପାଇଁ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଦେଇଥିଲେ। ହେଲେ ସେ ସଫଳ ହୋଇପାରିନଥିଲେ। ଯାହା ପରେ ସେ ପଦାର୍ଥ ବିଜ୍ଞାନରେ ସ୍ନାତକ କରିଥିଲେ।

Leave A Reply

Your email address will not be published.