Latest Odisha News

BREAKING NEWS

ବାରବାଟୀ ଦିନିକିଆ: ଘଣ୍ଟାକରେ ସରିଗଲା ଅନଲାଇନ୍ ଟିକେଟ୍ !

କଟକ: ଆସନ୍ତା ୨୨ ତାରିଖରେ କଟର ପ୍ରସିଦ୍ଧ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ୍ । ଏହି ଦିନିକିଆ ମ୍ୟାଚ ଲାଗି ଗୁରୁବାର ଦିନ ଅନଲାଇନ୍ ମାଧ୍ୟମରେ ଟିକେଟ ବିକ୍ରି ହୋଇ ଏକ ଘଣ୍ଟା ମଧ୍ୟରେ ସରିଯାଇଛି । ଏହାଫଳରେ ଓଡ଼ିଶାର ହଜାର ହଜାର କ୍ରିକେଟପ୍ରେମୀ ଟିକେଟ୍ ନପାଇ ହତାଶ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ, ପୂର୍ବରୁ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ଗୁରୁବାର ଦିନ ୧୧ଟା ସମୟରେ ଅନଲାଇନ୍ ମଧ୍ୟରେ ଟିକେଟ୍ ବିକି୍ର ହେବ । ମାତ୍ର ସର୍ଭର୍ ଡାଉନ୍ ଯେ୍ାଗୁଁ ସନ୍ଧ୍ୟା ୫ଟାରେ ଅନଲାଇନରେ କ୍ରୀଡ଼ାପ୍ରେମୀମାନେ ଟିକେଟ୍ କିଣି ପାରିଥିଲେ । ମାତ୍ର ଘଣ୍ଟାକ ମଧ୍ୟରେ ଏହି ଟିକେଟ ଶେଷ ହୋଇଯିବାରୁ ଓଡ଼ିଶାର ଅନେକ କ୍ରିକେଟ ପ୍ରେମୀ ହତାଶ ହେବା ସ୍ୱାଭାବିକ ।

ଇତିମଧ୍ୟରେ ଅନଲାଇନ ମାଧ୍ୟମରେ ୮୧୫୦ଟି ଟିକେଟ୍ ଅନଲାଇନରେ ବିକ୍ରି ହୋଇଥିବା ଓସିଏ ପକ୍ଷରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.