Latest Odisha News

ଚୀନର ଏକ କୋଇଲା ଖଣିରେ ବିସ୍ଫୋରଣ, ୧୦ ମୃତ

ବେଜିଂ: ଚୀନର ହେନାନ ପ୍ରଦେଶରେ ଥିବା ପିଙ୍ଗ୍‌ଦିଙ୍ଗ୍‌ଶାନ ତିଆନାନ କୋଇଲା ଖଣି କୋଲ୍‌ ମାଇନିଙ୍ଗ୍‌ରେ ଦୁର୍ଘଟଣା। ଏଥିରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। କୋଇଲା ଖଣିରେ ବିସ୍ଫୋରଣ ଯୋଗୁ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି ।

କୋଇଲା ଏବଂ ଗ୍ୟାସ ବିସ୍ଫୋରଣ ହେତୁ ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି । ସିସିଟିଭି ରିପୋର୍ଟ ଅନୁଯାୟୀ, ମଧ୍ୟ ଚୀନର ହେନାନ ପ୍ରଦେଶର ପିଙ୍ଗ୍‌ଦିଙ୍ଗ୍‌ଶାନ ସହରରେ ଥିବା ଏକ କୋଇଲା ଖଣିରେ ଦୁର୍ଘଟଣା ଘଟିଛି । ନିଖୋଜ ଲୋକଙ୍କୁ ଖୋଜିବା ଏବଂ ଉଦ୍ଧାର କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଛନ୍ତି । ଦୁର୍ଘଟଣାର କାରଣ ବିଷୟରେ ଜାଣିବା ପାଇଁ ଏକ କମିଟି ଗଠନ କରାଯାଇଛି ।

ଚୀନ୍‌ର ମୁଖପତ୍ର କୁହାଯାଉଥିବା ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଇନଟେକ୍ ବାୟୁପଥର ବାହାର ଭାଗରେ କୋଇଲା ଓ ଗ୍ୟାସ ବିସ୍ଫୋରଣ ହେତୁ ଏହି ଘଟଣା ଘଟିଛି । କୋଇଲା ଖଣି କାର୍ଯ୍ୟର ଦାୟିତ୍ବରେ ଥିବା ଲୋକଙ୍କୁ ପୋଲିସ ଗିରଫ କରିଛି । ହେନାନ ରାଜ୍ୟପାଳ ୱାଙ୍ଗ କେ ଏବଂ କାର୍ଯ୍ୟକାରୀ ଉପାଧ୍ୟକ୍ଷ ସନ୍ ସୌଗାଙ୍ଗ ଏହି ଘଟଣା ଉପରେ ନଜର ରଖିଛନ୍ତି । ସରକାରୀ ନ୍ୟୁଜ୍ ଏଜେନ୍ସି ଜିନହୁଆ ପ୍ରକାଶ କରିଛି ଯେ,ବିସ୍ଫୋରଣ ସମୟରେ ୪୨୫ ଜଣ ଲୋକ ଖଣି ଭିତରେ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ୩୮୦ ଜଣଙ୍କୁ ଖଣିରୁ ସ୍ଥାନାନ୍ତର କରାଯାଇଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ।ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

 

 

Comments are closed.