Latest Odisha News

BREAKING NEWS

ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ; ୧୩ରୁ ଅଧିକ ମୃତ

ମୁମ୍ବାଇ: ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲାରେ ପୋଲିସ ଓ ନକ୍ସଲ ପନ୍ଥିଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୧୩ରୁ ଅଧିକ ମାଓବାଦୀ ପ୍ରାଣ ହରାଇଛନ୍ତି।

ସୂଚନା ଅନୁଯାୟୀ, ଆଜି ଛତିଶଗଡ଼ କୁ ଲାଗିଥିବା ଏଟାପାଲ୍ଲୀ ଜଙ୍ଗଲରେ ମାଓବାଦୀ ମାନେ କେମ୍ପ କରି ରହିଥିବାର ଗୁଇନ୍ଦା ସୂଚନା ମିଳିବା ପରେ ଗଡଚିରୋଲି ପୋଲିସ ର ସି୬୦ ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ କରାଯାଇଥିବା ବେଳେ ନକ୍ସଲ ମାନେ ଯବାନ ଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଫଳରେ ଯବାନ ମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ପ୍ରାୟ ଦୁଇ ଘଣ୍ଟା ରୁ ଅଧିକ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହେବା ପରେ ଘଞ୍ଚ ଜଙ୍ଗଲର ସହାୟତା ନେଇ ମାଓବାଦୀ ମାନେ ଖସି ପଳାଇଥିଲେ । ଗତ କିଛି ଦିନ ତଳେ ନକ୍ସଲ ମାନେ ପମକେଗାଟ୍ଟା ପୋଲିସ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ।

ପରେ ଯବାନ ମାନେ ଘଟଣା ସ୍ଥଳକୁ ସର୍ଚ୍ଚ କରିବାରୁ ୬ଜଣ ମାଓବାଦୀଙ୍କ ମୃତ ଦେହ ଜବତ କରିବା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ।

ତେବେ ବର୍ତ୍ତମାନ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଥିବା ନେଇ ଗଡଚିରୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.