Latest Odisha News

BREAKING NEWS

ତୃତୀୟ ଲହର ପିକରେ ୧୦୦ରୁ ୨୩ ପିଲାଙ୍କୁ ଦରକାର ହସ୍ପିଟାଲାଇଜେସନ୍

ଭୁବନେଶ୍ୱର: କରୋନାର ତୃତୀୟ ଲହରକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ସେପ୍ଟେମ୍ବରରେ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି । ସେପ୍ଟେମ୍ବରରେ ଥାର୍ଡ ଓ୍ୱେଭ ଆସିଲେ ଅକ୍ଟୋବରରେ ଏହା ପିକ୍ ଛୁଇଁବ । ଏକଥା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ସେ କହିଛନ୍ତି, ପିକ୍ ପିରିୟଡରେ ଶିଶୁମାନଙ୍କ ହସ୍ପିଟାଲାଇଜେସନ୍ ଶହେରୁ ୨୩ ପ୍ରତିଶତ ରହିବ ବୋଲି ଆକଳନ କରାଯାଉଛି । ଏବେ ୧୨ରୁ ୧୩ ପ୍ରତିଶତ ରହିଛି ଶିଶୁ ସଂକ୍ରମଣ ହାର ।

ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ଦ୍ୱିତୀୟ ଲହର ୬୪ ଦିନରେ ପିକ ନେଇଥିଲା । ତୃତୀୟ ଲହର ଆସିଲେ ତାର ପିକ୍ ପିରିୟକୁ ଅପେକ୍ଷା କରିବାକୁ ପଡ଼ିବ । ମାତ୍ର ଏବେ ଆମେ ଦ୍ୱିତୀୟ ଲହରରେ ଅଛନ୍ତି ।

ଶିଶୁମାନଙ୍କ ଚିକିତ୍ସା ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ସବୁ କୋଭିଡ୍ ହସ୍ପିଟାଲରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ପ୍ରାବଧାନ ରହିଛି । ଶିଶୁ ଭବନରେ ସେଣ୍ଟ୍ରାଲ୍ ଅଫ୍ ଏକ୍ସିଲେନ୍ସୀ କରାଯାଉଛି । ଶୁଶୁମାନଙ୍କର ଏବେ ସିଭିୟରିଟି ବେଶୀ ନାହିଁ ।

ଶିଶୁଙ୍କର ଦୈନିକ ସଂକ୍ରମଣ ହାରକୁ ଅନୁଧ୍ୟାନ କରାଯାଉଛି । ଗତ କିଛି ଦିନ ଭିତରେ କେହି ଭେଣ୍ଟିଲେଟରକୁ ଯାଇ ନାହାନ୍ତି । ବହୁତ କମ୍ ଶିଶୁଙ୍କୁ ଅକ୍ସିଜେନ୍ ଆବଶ୍ୟକ ଥିଲା ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

Comments are closed.