Latest Odisha News

BREAKING NEWS

ପୃଥିବୀ ଚାରିପଟେ ୬ଟି ଉପଗ୍ରହ ବୁଲୁଛନ୍ତି !

ୱାଶିଂଟନ: ଆମେ ପିଲାବେଳୁ ପାଠ ପଢ଼ି ଆସିଛେ ଯେ, ପୃଥିବୀର ଏକମାତ୍ର ଉପଗ୍ରହ ଏବଂ ତାହା ହେଉଛି ଚନ୍ଦ୍ର । ଏବେ ଏକ ଗବେଷଣାରେ ଜଣାପଡିଛି ଯେ ପୃଥିବୀ ଚାରିପଟେ ୬ଟି ମିନିମୁନ ଘୁରି ବୁଲୁଛନ୍ତି । ଅବଶ୍ୟ ଏହା ସମ୍ପୂର୍ଣ୍ଣ ଭାବେ ପ୍ରମାଣିତ ହୋଇ ନ ଥିବାରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ । ଏହି ମିନିମୁନ ଅସ୍ଥାୟୀ ଭାବେ ପୃଥିବୀ ଚାରିପଟେ ବୁଲୁଛନ୍ତି । ଆକାରରେ ଛୋଟ ହେଉଥିବାରୁ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇ ପଡୁଛି । ଏହି ମିନିମୁନଗୁଡିକ ପୃଥିବୀ ସହ ସୂର୍ଯ୍ୟଙ୍କ ଚାରିପଟେ ବୁଲୁଛନ୍ତି । ଗବେଷକମାନେ କହିଛନ୍ତି ଯେ, ଏହା ଚନ୍ଦ୍ରର ଅଂଶ ମଧ୍ୟ ହୋଇପାରେ । ଚନ୍ଦ୍ର ପୃଷ୍ଠରେ ଉଲକାପିଣ୍ଡ ମାଡ ହେବା ପରେ ଏମାନେ ଏଥିରୁ ଛିଟିକି ମହାକାଶରେ ପଡିଥିବେ ।

ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯୋଗୁ ସେମାନେ ଏହା ଚାରିପଟେ ଘୁରି ବୁଲୁଛନ୍ତି । ମଙ୍ଗଳ ଓ ବୃହସ୍ପତି ଗ୍ରହ ମଧ୍ୟରେ ଥିବା ଏଷ୍ଟ୍ରୟଡ ବେଲ୍ଟରେ ଏମାନଙ୍କ ସୃଷ୍ଟି ହୋଇଥାଇ ପାରେ ବୋଲି ସମ୍ଭାବନା ବ୍ୟକ୍ତ କରାଯାଉଛି । ୨୦୧୬ରେ ପ୍ୟାନ-ଏସଟିଏଆରଆରଏସ୧ ଟେଲିସ୍କୋପରେ ପ୍ରଥମେ ମିନିମୁନ ଥିବାର ପ୍ରମାଣ ମିଳିଥିଲା । ଏହା ପରେ ଗବେଷକମାନେ ଦିନକୁ ଦିନ ଏହା ଉପରେ ଗବେଷଣା କରିବାରେ ଲାଗିଛନ୍ତି ।

Comments are closed.