Latest Odisha News

BREAKING NEWS

ଆତଙ୍କବାଦୀ ଆକ୍ରମଣ, ବସ୍ ଉପରେ ଆଖିବୁଜା ଗୁଳିଚାଳନା; ୬ ମୃତ , ୧୫ ଆହତ

ନୂଆଦିଲ୍ଲୀ:ଇସ୍ରାଏଲର ଜେରୁସେଲମରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆକ୍ରମଣ ସମୟରେ ଏକ ବସ୍ କୁ ଟାର୍ଗେଟ କରାଯାଇଥିଲା। ସୋମବାର ଜେରୁସେଲମର ରାମୋଟ୍ ଜଙ୍କସନରେ ଏକ ବସ୍ ଷ୍ଟପରେ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଗୁଳିକାଣ୍ଡରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି, ଯେଉଁଥିରୁ ୬ ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି।

ପୋଲିସ କହିଛି ଯେ ଗୁଳିଚାଳନା କରୁଥିବା ଦୁଇ ଜଣ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଛି ।

ଇସ୍ରାଏଲୀ ଗଣମାଧ୍ୟମ ଅନୁସାରେ, ଦୁଇଜଣ ଆକ୍ରମଣକାରୀ ଏକ ବସ୍‌ରେ ଚଢ଼ି ଗୁଳି ଚଳାଇଥିଲେ। ଆକ୍ରମଣର ଫୁଟେଜରେ ଦେଖାଯାଉଛି ଯେ ସକାଳ ସମୟରେ ଏକ ଜନଗହଳିପୂର୍ଣ୍ଣ ଛକରେ ଥିବା ଏକ ବସ୍‌ ଷ୍ଟପ୍‌ରୁ ଅନେକ ଲୋକ ଦୌଡ଼ି ଦୌଡ଼ି ଦୌଡ଼ି ଯାଉଛନ୍ତି।

ଘଟଣାସ୍ଥଳରେ ପହଞ୍ଚିଥିବା ଡାକ୍ତରମାନେ କହିଛନ୍ତି ଯେ ଭଙ୍ଗା କାଚ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିଲା, ଲୋକମାନେ ବସ୍ ଷ୍ଟପ୍ ନିକଟରେ ରାସ୍ତା ଏବଂ ଫୁଟପାଥରେ ଆହତ ଏବଂ ଚେତାଶୂନ୍ୟ ହୋଇ ପଡ଼ିଥିଲେ।

ଆକ୍ରମଣ ସମ୍ପର୍କରେ ପାଲେଷ୍ଟାଇନୀ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ଗାଜାରେ ଯୁଦ୍ଧ ଯୋଗୁଁ ଇସ୍ରାଏଲ ଅଧିକୃତ ଓ୍ବେଷ୍ଟ ବ୍ୟାଙ୍କ ଏବଂ ଇସ୍ରାଏଲ ଉଭୟରେ ହିଂସା ବୃଦ୍ଧି ପାଇଛି।

ଦୁଇ ବର୍ଷ ପୂର୍ବେ ଜେରୁସାଲେମରେ ସମାନ ଆକ୍ରମଣ ହୋଇଥିଲା, ଯେତେବେଳେ ବନ୍ଧୁକଧାରୀମାନେ ଗିଭାଟ୍ ଶାଉଲ୍ ଜଙ୍କସନ୍‌ର ଏକ ବସ୍ ଷ୍ଟପରେ ଗୁଳି ଚଳାଇଥିଲେ।

Comments are closed.