ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଆଜି ହେଉଛି ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ । ଦେଶର ଏହି ମହାନ ଜନନାୟକଙ୍କୁ ଆଜି ବି ମନେପକାଉଛନ୍ତି ଦେଶବାସୀ।
୨୦୧୮ ମସିହା ଆଜିର ଦିନରେ ଦେଶର ମହାନାୟକ ଭାବେ ପରିଚିତ ଅଟଳ ବିହାରୀ ବାଜପେୟୀଙ୍କ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଦେହାନ୍ତ ଘଟିଥିଲା ।
Tributes to beloved Atal Ji on his Punya Tithi. India will always remember his outstanding service and efforts towards our nation’s progress. pic.twitter.com/ZF0H3vEPVd
— Narendra Modi (@narendramodi) August 16, 2020
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ ଯୋଗେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶବାସୀ ଆଜିବି ତାଙ୍କୁ ମନେ ପକାଉଛନ୍ତି ବୋଲି ପ୍ରକାଶ କରିଛନ୍ତି ।
ଏଥିସହିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ସମେତ ବହୁ ରାଜନେତା ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଆହୁରି ମଧ୍ୟ ବାଜପେୟୀଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ଉଲ୍ଲେଖଯୋଗ୍ୟ, ୧୯୨୪ ମସିହା ଡିସେମ୍ବର ୨୫ରେ ସେ ଜନ୍ମଗ୍ରହଣ କରିଥିଲେ । ଅଟଳ ବିହାରୀ ବାଜପେୟୀ ଥିଲେ ଭାରତୀୟ ରାଜନୀତିର ପିତାମହ ଭୀଷ୍ମ । ଦେଶକୁ ସୁଶାସନ ଦେଇ ବିକାଶ ପଥରେ ଆଗେଇ ନେଇଥିଲେ ଏହି କାଳଜୟୀ ରାଜନୀତିଜ୍ଞ ।
Comments are closed.