Latest Odisha News

BREAKING NEWS

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ଫିଲିପାଇନ୍ସରେ ଓହ୍ଲାଇଲା ଜାପାନ ଯୁଦ୍ଧ ବିମାନ

ଟୋକିଓ:ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଜାପାନ ଶକ୍ତି ପ୍ରଦର୍ଶନ କରିଛି । ବୁଧବାର ଫିଲିପାଇନ୍ସରେ ଜାପାନର ଯୁଦ୍ଧ ବିମାନ ଓହ୍ଲାଇଛନ୍ତି । ଚୀନ ଓ ରୁଷର ବମ୍ବର୍ସର ଅଭ୍ୟାସ ପରେ ଜାପାନ ଏହି ପଦକ୍ଷେପ ଗ୍ରହଣ କରିଛି । ଜାପାନ ବାୟୁସେନା ଓ ଫିଲିପାଇନ୍ସ ବାୟୁସେନା ପରସ୍ପରକୁ ସହଯୋଗ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଜାପାନର ୨ ଏଫ-୧୫ ଫାଇଟର ସହ ୬୦ ଯବାନ ସେଠାରେ ନିୟୋଜିତ ହୋଇଛନ୍ତି । ୨୭ ନଭେମ୍ବର ୧୧ ଡିସେମ୍ବର ଉଭୟ ଦେଶ ମଧ୍ୟରେ ରକ୍ଷା ସହଯୋଗ ବୃଦ୍ଧି ପାଉଛି । ସୂଚନାଯୋଗ୍ୟ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜାପାନ ୩ ବର୍ଷ ପର୍ଯ୍ୟନ୍ତ ଫିଲପାଇନ୍ସ ଉପରେ କବଜା କରି ରଖିଥିଲା ।

BjdElectrycity

ଆମେରିକା ସୈନିକଙ୍କ ଆକ୍ରମଣର ଜବାବ ପାଇଁ ଜାପାନ ସେଠାରେ ଫାଇଟର ଜେଟ ନିୟୋଜିତ କରିଥିଲା । ଦକ୍ଷିଣ ଚୀନ ସାଗରରେ ଚୀନ ଏବଂ ରୁଷ ମିଳିତ ଅଭ୍ୟାସ ଆରମ୍ଭ କରିବା ପରେ ଜାପାନ ସୁରକ୍ଷା ଦୃଷ୍ଟି କୋଣରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି ।

Leave A Reply

Your email address will not be published.