Latest Odisha News

BREAKING NEWS

ବନ୍ୟା ପାଣିରେ ବୁଡିଲା କାର

ଆଠଗଡ଼ : ବନ୍ୟା ଜଳରେ ବୁଡିଗଲା କାର୍। କଟକ ସମ୍ବଲପୁର ରାସ୍ତାର ଆଠଗଡ଼ ଦହିସେରା ପାଖରେ କାରଟି ବନ୍ୟା ଜଳରେ ଭାସିଯାଇଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକମାନେ କାର କୁ ଉଦ୍ଧାର କରି ରାସ୍ତାକୁ ଆଣିଛନ୍ତି । ଦହିସେରା ରାସ୍ତାରେ ୪ ଫୁଟ୍ ଉଚ୍ଚର ପାଣି ଚାଲିଥିବା ବେଳେ କାରଟି ପାଣିରେ ପଶି ରାସ୍ତା ପାର୍ ହେଉଥିଲା ।

ଠିକ୍ ଏହି ସମୟରେ ମଝିରେ ଅଧିକ ପାଣିସୁଅ ଥିବାରୁ ପାଣିରେ ବୁଡି ଯାଇଥିଲା କାର୍ । ରାସ୍ତା ଉପରେ ପାଣି ଚାଲିଥିବାରୁ ଯାତାୟତ ବାଧାପ୍ରାସ୍ତ ହୋଇଛି । ଲଗାଣ ବର୍ଷା ପରେ ବନ୍ୟା ଯୋଗୁଁ ଆଠଗଡ଼ର ଅନେକ ଅଞ୍ଚଳ ଜଳଗମ୍ନ ହୋଇଛି।

Leave A Reply

Your email address will not be published.