Latest Odisha News

BREAKING NEWS

ଆଇସିୟୁରୁ ଜେନେରାଲ ୱାର୍ଡକୁ ଆସିଲେ ମହାନ ଫୁଟବଲ ଖେଳାଳି ପେଲେ

ନୂଆଦିଲ୍ଲୀ: ବ୍ରାଜିଲର ମହାନ ଫୁଟବଲ ଖେଳାଳି ପେଲେଙ୍କ ସାଓ ପାଓଲୋରେ ଆଲବର୍ଟ ଆଇନଷ୍ଟାଇନ ଡାକ୍ତରଖାନାରେ ଅପରେଶନ ସଫଳତାର ସହ ସମ୍ପନ୍ନ ହୋଇଛି । ପେଟରେ ହୋଇଥିବା ଟ୍ୟୁମରକୁ ଡାକ୍ତରମାନେ ସଫଳତାର ସହ କାଢ଼ିବା ପରେ ଏବେ ତାଙ୍କୁ ଆଇସିୟୁରୁ ଜେନେରାଲ ୱାର୍ଡକୁ ଶିଫ୍ଟ କରାଯାଇଛି । ଗତ ସପ୍ତାହରେ ଏହି ଅପରେଶନ ହୋଇଥିଲା ।

ବିଶ୍ୱ ଫୁଟବଲରେ ଏକମାତ୍ର ଖେଳାଳି ଭାବେ ପେଲେ ୩ ଥର ବିଶ୍ୱ ଚାମ୍ପିୟନ ଦଳରେ ସ୍ଥାନ ପାଇଛନ୍ତି । ବ୍ରାଜିଲ ତାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ୧୯୫୮, ୧୯୬୨ ଓ ୧୯୭୦ରେ ଚାମ୍ପିୟନ ହୋଇଥିଲା । ପେଲେ ଏବେ ବିନା ସହଯୋଗରେ ଚଲାବୁଲା କରିପାରୁ ନାହାନ୍ତି । ତାଙ୍କର ହିପ ସମସ୍ୟା ମଧ୍ୟ ରହିଛି । ଏବେ ଦୀର୍ଘ ଦିନ ହେବ ସେ ଲୋକଲୋଚନକୁ ଆସୁ ନାହାନ୍ତି ।

Leave A Reply

Your email address will not be published.