Latest Odisha News

BREAKING NEWS

“ବ୍ରେକ୍ ପଏଣ୍ଟ” ଦୁନିଆ ଜାଣିବ ଦୁଇ ଟେନିସ୍ ତାରକାଙ୍କ ଅଜଣା କାହାଣୀ

ମୁମ୍ବାଇ: ଖୁବଶୀଘ୍ର ଦୁଇ ଟେନିସ୍ ଷ୍ଟାର ଲିଆଣ୍ଡର୍ ପେସ୍ ଓ ମହେଶ ଭୂପତିଙ୍କ ଅଜଣା କାହାଣୀ ସାରା ବିଶ୍ୱ ଜାଣିବ । ରିଲିଜ୍ ଅପେକ୍ଷାରେ ରହିଛି ୱେବ୍ ସିରିଜ୍ ବ୍ରେକ୍ ପଏଣ୍ଟ । ୱେବ୍ ସିରିଜ୍‌ର ରିଲିଜ ତାରିଖ ଘୋଷଣା ହୋଇନଥିଲେ ବି ନିକଟରେ ଏହାର ନୂଆ ପୋଷ୍ଟର ସାମ୍ନାକୁ ଆସିଛି ।

ପ୍ରଥମ ଭାରତୀୟ ଟେନିସ୍ ଯୋଡି ଭାବେ ଲିଆଣ୍ଡର ଓ ଭୂପତି ୧୯୯୯ରେ ୱିମ୍ବଲଡନ୍‌ର ବିଜେତା ସାଜିଥିଲେ । ଦୁହେଁ ମିଳିତ ଭାବେ ଟେନିସ୍ ଜଗତରେ ଭାରତକୁ ଦେଇଥିଲେ ଏକ ଭିନ୍ନ ପରିଚୟ । ତେବେ କୌଣସି ଅଜଣା କାରଣ ଯୋଗୁଁ ଦୁହେଁ ଭିନ୍ନ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା ।

 

View this post on Instagram

 

A post shared by ZEE5 (@zee5)

ଦୁଇ ଟେନିସ୍ ଷ୍ଟାରଙ୍କ ବାୟୋପିକ୍ ନିର୍ମାଣ ଭାର ସମ୍ଭାଳିଛନ୍ତି ନିତେଶ ତିୱାରୀ ଓ ଅଶ୍ୱିନୀ ଆୟର ତିୱାରୀ । ସିରିଜର ସାତଟି ପାର୍ଟ ଥିବାବେଳେ ଏଥିରେ ଦୁଇ ଟେନିସ୍ ଷ୍ଟାରଙ୍କ ପର୍ସନାଲ୍ ଓ ପ୍ରଫେସ୍ନାଲ୍ ରିଲେସନସିପ୍ ଦେଖିବାକୁ ମିଳିବ । ଓଟିଟି ପ୍ଲାଟଫର୍ମ ଜି୫ ୱେବ ସିରିଜ୍ ବ୍ରେକ ପଏଣ୍ଟର ଏକ୍ସକ୍ଲୁସିଭ ରାଇଟ୍ସ ହାସଲ କରିଛି ।

Leave A Reply

Your email address will not be published.