ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ୱାଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି ଏନଡିରେ ସାମିଲ ହେବା ଉଚିତ ବୋଲି କହିଥିଲେ। ବିଭିନ୍ନ ପ୍ରସଙ୍ଗରେ ବିଜେପି ସରକାରକୁ ସଂସଦରେ ସମର୍ଥନ କରୁଛି ବିଜେଡି । ଏପରି ସ୍ଥିତିରେ ରାଜ୍ୟରେ ଦୁଇ ଦଳ ଦିଲ୍ଲୀରେ ଏକ ବୋଲି ଏକ ଧାରଣା ସୃଷ୍ଟି ହୋଇଥିବା ବେଳେ ଅଠାଓ୍ୱାଲେଙ୍କ ପ୍ରତିକ୍ରିୟାକୁ ନେଇ ରାଜନୈତିକ ଆଲୋଚନା ଅଧିକ ବଢିଛି।
ଏହି ସମୟରେ ବିଜେଡି ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଆମର ମେଣ୍ଟ ବିକାଶ ପାଇଁ। ବିସର୍ଜନ ପାଇଁ ନୁହେଁ।
ଏନଡିଏରେ ବିଜେପି ସାମିଲ ହେବ କି ନାହିଁ ସେ ସବୁ ନିଷ୍ପତି ସୁପ୍ରିମୋ ନବୀନ ପଟ୍ଟନାୟକ ନିଅନ୍ତି। କେନ୍ଦ୍ରମନ୍ତ୍ରୀ ଥଟ୍ଟା ମଜାରେ ଅନେକ କଥା କୁହନ୍ତି। କହୁ କହୁ ଓଡିଶା ଗସ୍ତରେ ଆସି ନିଜ ଅନ୍ଦାଜରେ ବିଜେଡି-ବିଜେପି ମେଣ୍ଟ କଥା କହିଥାଇପାରନ୍ତି ବୋଲି ଦେବୀ ମିଶ୍ର କହିଛନ୍ତି। ବିଜେଡିର ନିଜସ୍ୱ ସ୍ୱତନ୍ତ୍ରତା ରହିଛି ମେଣ୍ଟ ପାଇଁ ଏବେ ଯୋଜନା ନାହିଁ ବୋଲି ସେ କହିଛନ୍ତି।
ତେବେ ସଂସଦରେ ମୋଦୀ ସରକାରକୁ ବିଭିନ୍ନ ବିଲରେ ସମର୍ଥନ କରିବା ପ୍ରସଙ୍ଗରେ ଦେବୀ ମିଶ୍ର କହିଛନ୍ତି, ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ହକ ପାଇଁ ଉଚିତ୍ ବିଲ କୁ ସମର୍ଥନ କରିଛି ବିଜେଡି। ଏହାର ଅର୍ଥ ନୁହେଁ ବିଜେଡ଼ି ଏନଡିଏର ଅଂଶୀଦାର। ଯଦିଓ ପୂର୍ବରୁ ଅଂଶୀଦାର ଥିଲୁ। କିନ୍ତୁ ଏବେ ନାହୁଁ । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସହ ଯେପରି ସମ୍ପର୍କ ରହିବା କଥା ତାହା ରହିଛି ବୋଲି ସେ କହିଛନ୍ତି।
Comments are closed.