Latest Odisha News

BREAKING NEWS

ଆସୁଛି ୫ଜି: ଡିଜିଟାଲ ହେବ ଭାରତ, କିନ୍ତୁ ଓଡ଼ିଶାକୁ ମିଳିବନି ସେବା

ଭୁବନେଶ୍ୱର: ଦେଶରେ ୫ଜିର ଯୁଗ ଆରମ୍ଭ ହେବାକୁ ଯାଉଛି । ଡିଜିଟାଲ ହେବ ଭାରତ  । ସେଥି ପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ବିକ୍ରୀ କରିସାରିଛନ୍ତି । ଅଗଷ୍ଟ ମାସ ଶେଷ ସୁଦ୍ଧା ଜିଓ, ଭୋଡାଫୋନ୍ କିମ୍ବା ଏୟାରଟେଲ ୫ଜି ସେବା ଲଞ୍ଚ କରିପାରନ୍ତି।

BjdElectrycity

ଅଗଷ୍ଟ ମାସରେ ୫ଜି ସେବା ଲଞ୍ଚ କରିବାକୁ ଜିଓ ଏବଂ ଏୟାରଟେଲ ପୁର୍ବରୁ ଘୋଷଣା କରି ସାରିଛନ୍ତି। ଏହି ମାସ ଶେଷରେ ରିଲିଆନ୍ସ ଇଣ୍ଡଷ୍ଟ୍ରୀଜର ବାର୍ଷିକ ବୈଠକରେ ଜିଓ ୫ଜି ସେବା ଲଞ୍ଚ କରିପାରେ। ଏହା ବ୍ୟତୀତ ସେପ୍ଟେମ୍ବର ୨୯ ରୁ ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମସି) ରେ ସରକାର ୫ଜି ଲଞ୍ଚ ହେବାର ସରକାରୀ ଘୋଷଣା କରିପାରନ୍ତି ବୋଲି ମଧ୍ୟ କୁହାଯାଉଛି।

ହେଲେ ଓଡିଶା ୫ଜି ସେବାରୁ ବଞ୍ଚିତ ରହିଛି  । ଓଡିଶାରୁ ପ୍ରତିନିଧିତ୍ୱ କରି ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାକୁ ଯାଇଥିଲେ  । ଏହା ପରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଓ ରେଳ ବିଭାଗ ଭଳି ଗୁରୁତ୍ୱ ପୁର୍ଣ୍ଣ ବିଭାଗର ଦାଇତ୍ୱ ନେଇଛନ୍ତି  । ତାଙ୍କ ନେତୃତ୍ୱରେ ଦେଶରେ ୫ଜିର ସେବା ପାଇବାକୁ ଯାଉଥିବା ବେଳେ ଓଡିଶାରେ ପ୍ରଥମେ ୫ଜି ସେବା ତାଲିକାରେ ଗୋଟିଏବି ସହର ନାମ ନାହିଁ  ।

ସୁନ୍ଦରଗଡ, କନ୍ଧମାଳ , ରାୟଗଡା ,ଓ କୋରାପୁଟ ଭଳି ଅନେକ ଜିଲ୍ଲାରେ ଆଜିବି ଟେଲିକମ ସେବାରୁ ଲୋକେ ବଞ୍ଚିତ ଅଛନ୍ତି  । ଆଇଟି  ମନ୍ତ୍ରୀ ତୁସାର କାନ୍ତି ବେହେରା ଏହି ବିଷୟରେ ଚିଠି ଲେଖି କେନ୍ଦ୍ର ସରକାର କୁ ଅପିଲ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ପ୍ରଥମେ ୫ଜି ସେବା ତାଲିକାରେ ଓଡିଶାର ଗୋଟିଏବି ସହରର ନାମ ରଖାଗଲାନାହିଁ।

ପୂର୍ବ ଭାରତରେ ଓଡିଶା  ଟେକନିକାଲ ହବ ହେବାକୁ ଯାଉଛି  । କିନ୍ତୁ ଓଡିଶାକୁ ୫ଜି ସେବା ନମିଳିବା କେନ୍ଦ୍ରୀୟ ଅବହେଳାର ଶିକାର ବୋଲି ବୁଦ୍ଧିଜୀବୀ  ଅଭିଯୋଗ କରିଛନ୍ତି  ।

ଏକ ରିପୋର୍ଟ ଅନୁସାରେ ଏକା ସାଙ୍ଗରେ ଦେଶର ସମସ୍ତ ସହରରେ ୫ଜି ସେବା ଲଞ୍ଚ ହେବ ନାହିଁ ଏବଂ ୪ ଜି ପରି ଏହା  ବ୍ୟାପକ ହେବ ନାହିଁ। ୫ଜି ଏହା ବିଭିନ୍ନ ପର୍ଯ୍ୟାୟରେ ଧୀରେ ଧୀରେ ଲଞ୍ଚ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ୧୩ ଟି ସହର ଚୟନ କରାଯାଇଛି ଯେଉଁଠାରେ ପ୍ରଥମେ ୫ଜି ସେବା ଲଞ୍ଚ ହେବ।

ଏହି ୧୩ ଟି ସହରରେ ପ୍ରଥମେ ଲଞ୍ଚ ହେବ ୫ଜି ଅହମ୍ମଦାବାଦ ,ବାଙ୍ଗାଲୋର,ଚଣ୍ଡିଗଡ଼,ଚେନ୍ନାଇ, ଦିଲ୍ଲୀ ,ଗାନ୍ଧିନଗର ,ଗୁରୁଗ୍ରାମ ହାଇଦ୍ରାବାଦ, ଜାମନଗର ,କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁଣେ  । ଏହି ସହରରେ ରହୁଥିବା ଲୋକମାନେ ଖୁବ୍ ଶ୍ରୀଘ୍ର ୫ଜି ସେବାର ସୁବିଧା ଉପଭୋଗ କରିପାରିବେ କିନ୍ତୁ ଏହି ତାଲିକାରେ ଓଡିଶାର ଗୋଟିଏବି ସହରର ନାମ ନାହିଁ  ।

Leave A Reply

Your email address will not be published.