Latest Odisha News

୧୨ ଜଣଙ୍କ ଉପରେ ଚଢିଗଲା ଦ୍ରୁତଗାମୀ ଟ୍ରେନ

ରାଞ୍ଚି: ଝାଡଖଣ୍ଡର ଜାମତରା ଜିଲ୍ଲାରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, କାଲଜରିଆ ନିକଟରେ ଏକ ଟ୍ରେନ୍‌ରେ ୧୨ ଜଣଙ୍କ ଉପରେ ଚଢିଯିବାରୁ ସେମାନଙ୍କର ପ୍ରାଣହାନୀ ହୋଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି।

ରିପୋର୍ଟ ଲେଖାଯିବା ବେଳକୁ ଅଙ୍ଗ ଏକ୍ସପ୍ରେସରେ କିଛି ଲୋକ ନିଆଁ ଲଗାଇ ଦେଇଥିବା ନେଇ ସୂଚନା ସାମ୍ନାକୁ ଆସିଥିଲା। ଫଳରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ଏଣେତେଣେ ଦୌଡ଼ା ଦୌଡ଼ି କରିଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଆସାନସୋଲ ପାସେଞ୍ଜର ଅଙ୍ଗ ଏକ୍ସପ୍ରେସ ଯାତ୍ରୀଙ୍କ ଉପରେ ଚଢି ଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ରେଲୱେ ପୋଲିସ ଓ ସ୍ଥାନୀୟ ପୋଲିସଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Comments are closed.