Latest Odisha News

BREAKING NEWS

ଗ୍ୟାସ୍ କଟରରେ କାଟି ଏଟିଏମ୍ ଲୁଟ୍, ଦୁର୍ବୁତ୍ତଙ୍କୁ ଖୋଜୁଛି ପୋଲିସ

ନବରଙ୍ଗପୁର: ପୁଣି ଏକ ଏଟିଏମ୍ ରୁ ଲୁଟ୍ ହୋଇଥିବା ଖବର ସାମ୍ନାକୁ ଆସିଛି । ନବରଙ୍ଗପୁର ସହର ବ୍ଲକ କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ଏସବିଆଇ ଏଟିଏମ ରୁ ଦୁର୍ବୁତ୍ତ ଲୁଟି ନେଇଥିବା ଦେଖିବାକୁ ମିଳିଛି । ଏଟିଏମ ମେସିନ କଟରରେ କାଟିଥିବା ସନ୍ଦେହ କରାଯାଉଛି l କଟରରେ କାଟିଥିବା କାରଣରୁ ଏଟିଏମ ରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି ।

ଖବରପାଇ ନବରଙ୍ଗପୁର ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ତେବେ, ଏଟିଏମ ତଳେ କିଛି ଟଙ୍କା ନିଆଁ ରେ ପୋଡି ଯାଇଥିବାରୁ ଦୁର୍ବୁତ୍ତ ମାନେ ଉକ୍ତ ଟଙ୍କା ଗୁଡିକୁ ଛାଡି ଚାଲିଯାଇଥିବା ଦେଖିବାକୁ ମିଳିଛି l ରାତିରେ ପୋଲିସ୍ ପାଟ୍ରୋଲିଂ କରୁଥିବା ବେଳେ ଲୁଟ୍ ର ସୁଚନା ପାଇ ଲୁଟେରାଙ୍କ ପିଛା କରିଥଲା । ଲୁଟେରା ମାନେ ଲୁଟ୍ ସ୍ଥାନ ରୁ ୩୦ କିଲୋମିଟର ଦୂର ଡାବୁଗାଁ ନିକଟ ଜଙ୍ଗଲ ରେ ଗାଡ଼ି ଛାଡ଼ି ଲୁଚି ଯାଇଛନ୍ତି ।

ଏସପି ରୋହିତ ବର୍ମା ଙ୍କ ନେତୃତ୍ଵ ରେ ପୋଲିସ ନାକା ବନ୍ଦି କରି ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଛି । ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ଟଙ୍କା ଚୋରି ହୋଇଛି କିଛି ଜଣାପଡି ନ ଥିବା ବେଳେ ତଦନ୍ତ ପରେ ସମସ୍ତ ଘଟଣା ସାମ୍ନାକୁ ଆସିବ ।

ତେବେ ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି l ନବରଙ୍ଗପୁର ମୁଖ୍ୟ ରାସ୍ତା ରେ ସଦର ବ୍ଲକ କାର୍ଯ୍ୟାଳୟ ନିକଟରେ ରହିଥିବା ଏଟିଏମ ର ଲୁଟ୍ କୁ ନେଇ ଲୋକେ ପୋଲିସ ର କାର୍ଯ୍ୟଦକ୍ଷତା ଉପରେ ଆଙ୍ଗୁଳି ଉଠାଇଛନ୍ତି l

Leave A Reply

Your email address will not be published.