Latest Odisha News

BREAKING NEWS

ନିଜ ସନ୍ତାନ ନୁହେଁ ବରଂ ପାଳିତ ବିଲେଇ-କୁକୁରଙ୍କ ନାଁରେ ମହିଳା କଲେ ୨୩ କୋଟି ସମ୍ପତ୍ତି

ନୂଆଦିଲ୍ଲୀ: ସାଧାରଣତଃ ଆପଣମାନେ ଶୁଣିଥିବେ ଯେ, ଯେତେବେଳେ ମା’, ବାପା ବୃଦ୍ଧ ହୋଇଯାଆନ୍ତି ସେତେବେଳେ ସେମାନେ ତାଙ୍କର ସମସ୍ତ ସମ୍ପତ୍ତି ସେମାନଙ୍କ ସନ୍ତାନ ମାନଙ୍କ ନାଁରେ କରିଦେଇଥାନ୍ତି । କିନ୍ତୁ କିଛି ଟା କ୍ଷେତ୍ରରେ ଏହା ହୋଇନଥାଏ । ଅନେକ ସମୟରେ ଲୋକମାନେ ସେମାନଙ୍କ ସମ୍ପତ୍ତି ଅନ୍ୟମାନଙ୍କୁ ଦାନ ଦେଇଦିଅନ୍ତି କିମ୍ବା ଅନ୍ୟ କାହା ନାଁରେ କରିଦିଅନ୍ତି । ଅବଶ୍ୟ ଏସବୁ ଜିନିଷ ବର୍ତ୍ତମାନ ବହୁତ ବିରଳ ଅଟେ । କିନ୍ତୁ କେବେ ଆପଣ ଶୁଣିଛନ୍ତି କି କୌଣସି ବ୍ୟକ୍ତି ତାଙ୍କର ସମସ୍ତ ସମ୍ପତ୍ତି ପାଳିତ ପଶୁ ମାନଙ୍କ ନାଁରେ କରିଦେବାର । ଆଜ୍ଞା ହଁ ଚୀନର ଜଣେ ମହିଳା ତାଙ୍କର ସମସ୍ତ ସମ୍ପତ୍ତି ତାଙ୍କର ସନ୍ତାନଙ୍କ ନାଁରେ ନକରି ସେ ପାଳିଥିବା ବିଲେଇ-କୁକୁର ନାଁରେ କରିଦେଇଛନ୍ତି ।

ଚୀନ୍‌ର ଲିୟୁ ନାମକ ଜଣେ ବୃଦ୍ଧା ତାଙ୍କର ୨୩ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ତାଙ୍କ ୩ ସନ୍ତାନଙ୍କ ନାଁରେ ନକରି ସେ ପାଳିଥିବା ପୋଷା କୁକୁର ଏବଂ ବିଲେଇମାନଙ୍କ ନାଁରେ କରିଦେଇଛନ୍ତି । ଏନେଇ ମହିଳା ଜଣକ କହିଛନ୍ତି ଯେ, ତାଙ୍କର ତିନି ତିନୋଟି ସନ୍ତାନ ଅଛନ୍ତି । କିନ୍ତୁ ଯେତେବେଳେ ସେ ଅସୁସ୍ଥ ଥିଲେ, ସେତେବେଳେ ତାଙ୍କର ଜଣେବି ସନ୍ତାନ ତାଙ୍କୁ ଦେଖା କରିବାକୁ ଆସିନଥିଲେ । ଅସୁସ୍ଥତା ସମୟରେ ତାଙ୍କ ପିଲାମାନେ ମଧ୍ୟ ତାଙ୍କର ଯତ୍ନ ନେଉନଥିଲେ । ଏଥିରେ ରାଗିଯାଇ ମହିଳା ଜଣକ ଏପରି ନିଷ୍ପତ୍ତି ନେଇଛନ୍ତି । ଓ ତାଙ୍କର ସମସ୍ତ ସମ୍ପତ୍ତି ନିଜ ପାଳିତ ବିଲେଇ-କୁକୁରଙ୍କ ନାମରେ କରିଦେଇଛନ୍ତି ।

ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ପ୍ରଥମେ ନିଜର ଉତ୍ତରାଧିକାରୀ ଭାବରେ ନିଜ ସନ୍ତାନଙ୍କ ନାମରେ ସମସ୍ତ ସମ୍ପତ୍ତି କରିବା ନେଇ ଭାବିଥିଲେ । ମାତ୍ର ସମୟ ସହିତ ଧିରେ ଧିରେ ତାଙ୍କ ପ୍ରତି ତାଙ୍କ ପିଲାମାନଙ୍କର ଆଚରଣ ବଦଳିଗଲା । ଧିରେ ଧିରେ ସେମାନେ ତାଙ୍କୁ ଅବହେଳା କରିଥିଲେ । ଏପରିକି ତାଙ୍କ ସ୍ଵାସ୍ଥ୍ୟ ଖରାପ ସତ୍ଵେ ମଧ୍ୟ ସେ ତାଙ୍କର ଦେଖାଶୁଣା କରିନଥିଲେ । ତେଣୁ ମହିଳା ଜଣଙ୍କ ତାଙ୍କ ନିଷ୍ପତିକୁ ବଦଳାଇ ଶେଷରେ ସମସ୍ତ ସମ୍ପତ୍ତି ନିଜ ଗୃହପାଳିତ ପଶୁଙ୍କ ନାମରେ କରିଦେଲେ । ଏହା ବ୍ୟତୀତ ଏକ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ମଧ୍ୟ ତାଙ୍କର ଉତ୍ତରାଧିକାରର ପ୍ରଶାସକ ଭାବରେ ନିଯୁକ୍ତ ହୋଇଛି ଏବଂ ଲିୟୁଙ୍କ ପଶୁମାନଙ୍କର ସଠିକ୍ ଯତ୍ନ ନେବାର ଦାୟିତ୍ଵ ତାଙ୍କୁ ଦିଆଯାଇଛି ।

Leave A Reply

Your email address will not be published.