Latest Odisha News

BREAKING NEWS

ବିରୋଧୀ ସାଂସଦଙ୍କୁ ମୋଦିଙ୍କ କଡା ସମାଲୋଚନା, ଏହି ଅଧିବେଶନ ଆପଣଙ୍କ ପାଇଁ ପଶ୍ଚାତାପର ସମୟ

ନୂଆଦିଲ୍ଲୀ: ଆଜି ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାର୍ଲାମେଣ୍ଟ ଭବନରେ ପ୍ରବେଶ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ସଂସଦରେ ହଙ୍ଗାମା କରୁଖିବା ସାଂସଦଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ‘ବିଗତ ୧୦ ବର୍ଷରେ ଆପଣମାନେ କ’ଣ କରିଛନ୍ତି, ତାହା ସମୀକ୍ଷା କରନ୍ତୁ । ଏଭଳି ସାଂସଦମାନେ ସେମାନଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀରେ ୧୦୦ ଜଣଙ୍କୁ ପଚାରନ୍ତି, ତେବେ ସେମାନଙ୍କୁ କେହି ମନେ ରଖିନଥିବେ । କେହି ତାଙ୍କ ନମ ମଧ୍ୟ ଜାଣିପାରିବେ ନାହିଁ । ଏହି ଅଧିବେଶନ ହେବ ଆପଣମାନଙ୍କ ପାଇଁ ପଶ୍ଚାତାପର ଅବସର’ ।

ତେବେ ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଏଥର କାମଚଳ ବଜେଟ ଉପସ୍ଥାପନ ହେବ । ନିର୍ବାଚନ ପରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନରେ ଆସନ୍ତାକାଲି ଅନ୍ତରୀଣ ବଜେଟ ଉପସ୍ଥାପନ ହେବ । ଏହି ବଜେଟ ଦେଶର ନାରୀ ଶକ୍ତିକୁ ଦର୍ଶାଇବ ବୋଲି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ବଜେଟ୍ ପୂର୍ବରୁ ଶୀତକାଳୀନ ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ସମସ୍ତ ୧୪୬ ଜଣ ସାଂସଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଛି । ଏହାବ୍ୟତୀତ ଲୋକସଭା ପ୍ରିଭିଲେଜ କମିଟି ଦ୍ୱାରା ନିଲମ୍ବିତ ୧୪ ଜଣ ସାଂସଦଙ୍କ ଉୁପରୁ ବି ନିଲମ୍ବନ ପ୍ରତ୍ୟାହାର ହୋଇଛି । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।

Leave A Reply

Your email address will not be published.