Latest Odisha News

BREAKING NEWS

ମୋଦୀ କ୍ୟାବିନେଟ: ଆତ୍ମନିର୍ଭର ଭାରତ ନିଯୁକ୍ତି ଯୋଜନାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ ନିଯୁକ୍ତି ବୃଦ୍ଧି ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ମାସରେ ଆତ୍ମନିର୍ଭର ଭାରତ ପ୍ୟାକେଜ୍ ୩.୦ ଅଧୀନରେ ଆତ୍ମନିର୍ଭରଶୀଳ ଭାରତ ନିଯୁକ୍ତି ଯୋଜନା ଘୋଷଣା କରିଥିଲେ। ବୁଧବାର କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଛି।

ବୁଧବାର କ୍ୟାବିନେଟର ଏହି ନିଷ୍ପତ୍ତି ସମ୍ପର୍କରେ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ସୂଚନା ଦେଇଛନ୍ତି। କୋଭିଡ-୧୯ ମହାମାରୀ ସମୟରେ ରୋଜଗାର ସୃଷ୍ଟି ନିମନ୍ତେ ଉତ୍ସାହିତ କରିବା ପାଇଁ ଏକ ନୂତନ ଯୋଜନା ଆରମ୍ଭ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ଏହା ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କୁ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି। ଏହି ଯୋଜନା ୧ ଅକ୍ଟୋବର ୨୦୨୦ ରେ ପ୍ରଯୁଜ୍ୟ ବୋଲି ବିବେଚନା କରାଯିବ ଏବଂ ଏହି ଯୋଜନା ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ରହିବ। ଏଥିପାଇଁ ସରକାର ୨୨,୮୧୦ କୋଟିରୁ ଅଧିକ ଟଙ୍କା ବ୍ୟୟ କରିବେ।

ଏହି ଯୋଜନା ଅଧୀନରେ, ଯଦି ଇପିଏଫ୍‌ଓ ପଞ୍ଜୀକୃତ ପ୍ରତିଷ୍ଠାନଗୁଡିକ ନୂତନ କର୍ମଚାରୀଙ୍କୁ ନିଯୁକ୍ତି ଦିଅନ୍ତି ଯେଉଁମାନେ ପୂର୍ବରୁ ଫିଏଫ୍‌ ପାଇଁ ପଞ୍ଜୀକୃତ ହୋଇନଥିଲେ କିମ୍ବା ଚାକିରୀ ହରାଇଥିଲେ, ଏହି ଯୋଜନା ସେହି କର୍ମଚାରୀଙ୍କ ପାଇଁ ଲାଭଦାୟକ ହେବ।

Comments are closed.