ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଅପରାହ୍ନ ୪ ଟାରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ।
କରୋନାଭାଇରସ୍ ସଙ୍କଟ ମଧ୍ୟରେ ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ହୋଇଥିବା ‘ଆତ୍ମ ନିର୍ଭର ଭାରତ ଅଭିଯାନ’ ପ୍ୟାକେଜ୍ ବିଷୟରେ ସେ ବିବରଣୀ ପ୍ରଦାନ କରିବେ ବୋଲି ଆଶା କରାଯାଉଛି।
୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ରିଲିଫ୍ ପ୍ୟାକେଜ୍ ପୂର୍ବରୁ ଭାରତର ରିଜର୍ଭ ବ୍ୟାଙ୍କ ଦ୍ୱରା ନିଆଯାଇଥିବା ପଦକ୍ଷେପ ଏବଂ ୧.୭ ଲକ୍ଷ କୋଟି ଟଙ୍କାର ରିଲିଫ୍ ପ୍ୟାକେଜ୍ ଘୋଷଣା ସହିତ ଜମି, ଶ୍ରମ ଏବଂ ଆଇନ ଉପରେ ଧ୍ୟାନ ଦିଆଯିବ ଏବଂ କ୍ଷୁଦ୍ର ବ୍ୟବସାୟ, ଶ୍ରମିକ ଏବଂ କୃଷକଙ୍କୁ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
Comments are closed.