Latest Odisha News

BREAKING NEWS

ଭଦ୍ରକରେ ଖୋଲିଲା ମୋବାଇଲ ସର୍ଭିସ ଓ ରିପ୍ୟାରିଂ ଦୋକାନ

ଭଦ୍ରକ: ଭଦ୍ରକ ଜିଲ୍ଲାରେ କଣ୍ଟେନମେଣ୍ଟ୍ ଜୋନ୍ ବ୍ୟତୀତ ସମସ୍ତ ସ୍ଥାନରେ ଅନୁମତିପ୍ରାପ୍ତ ମୋବାଇଲ୍ ସର୍ଭିସିଂ ଓ ରିପ୍ୟାରିଂ ଦୋକାନ ଖୋଲିଛି ।

ଏହି ଦୋକାନ ଗୁଡ଼ିକ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲାଯିବାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି । ଟ୍ୱିଟ୍ ମାଧ୍ୟମରେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଦାଶ ଏହି ସୂଚନା ପ୍ରଦାନ କରିଛନ୍ତି ।

ଅଧିକ ପଢନ୍ତୁ: ଭଦ୍ରକ ଷ୍ଟେସନରେ ପହଞ୍ଚିଲା ପ୍ରବସୀଙ୍କୁ ନେଇ ଆସୁଥିବା ଆଉ ଏକ ଟ୍ରେନ

ଏହି ଦୋକାନ ଗୁଡ଼ିକର ମାଲିକ ମାନଙ୍କୁ ଗ୍ରାହକମାନେ ଯେପରି ସାମାଜିକ ଦୂରତା ରକ୍ଷା କରନ୍ତି ସେଥିପ୍ରତି ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭଦ୍ରକ ଜିଲ୍ଲାରେ ଏପର୍ଯ୍ୟନ୍ତ ୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.