Latest Odisha News

BREAKING NEWS

‘ଭୀଷଣ ବାତ୍ୟା’ ରୂପ ନେଉଛି ‘ବିପର୍ଯ୍ୟୟ’; ୨୪ ଘଣ୍ଟା ଭିତରେ ଆହୁରି ଘନୀଭୂତ ହେବ

ନୂଆଦିଲ୍ଲୀ:ଆରବ ସାରଗରେ ସୃଷ୍ଟ ବାତ୍ୟା ‘ବିପର୍ଯ୍ୟୟ’ ଭୟଙ୍କର ରୂପ ନେଉଛି । ଆସନ୍ତା୨୪ ଘଣ୍ଟା ମଧ୍ୟରେ ଅତି ଭୀଷଣ ବାତ୍ୟାର ରୂପ ନେଇପାରେ । ଏମିତି ସୂଚନା ଦେଇଛି ଭାରତୀୟ ମଟେରୋଲଜି ଡିପାର୍ଟମେଣ୍ଟ  (IMD)।

ଆଇଏମଡି ସୂଚନା ଅନୁଯାୟୀ, ଭୀଷଣ ବାତ୍ୟାର ରୂପ ନେଇଥିବା ବିପର୍ଯ୍ୟୟ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବ । ଭୀଷଣ ରୂପ ଧାରଣ କରି ଏହା ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ତେବେ ଏହାର ପ୍ରଭାବ ଆଜିଠାରୁ ଦେଖିବାକୁ ମିଳିବ । ଆଇଏମଡି ସୂଚନା ଅନୁଯାୟୀ, ବାତ୍ୟା ପ୍ରଭାବରେ ଆଜିଠାରୁ ପବନର ବେଗ ବୃଦ୍ଧି ପାଇବ । । ପବନର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ ରହିବ । ତେବେ ବେଳେବେଳେ ଏହା ୧୮୦ କିମି ମଧ୍ୟ ଛୁଇଁ ପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ ଫେରି ଆସିବାକୁ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।

ଆଇଏମଡି  ଶନିବାର ସୂଚନା ଦେଇ କହିଛି, ଅତି ଭୀଷଣ ରୂପ ନେଇଥିବାରୁ ଜୁନ ୧୪ ପର୍ଯ୍ୟନ୍ତ ସମୁଦ୍ରକୂଳକୁ ଆସିବା ପାଇଁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । କେରଳର କିଛି ଜିଲ୍ଲା ପାଇଁ ୟେଲାେ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପକ୍ଷେ ତଳିଆ ଅଞ୍ଚଳ ତଥା ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ମୁକାବିଲା ପାଇଁ ଗୋଆ, ମୁମ୍ବାଇ ଏବଂ ଗୁଜରାଟ ପ୍ରଶାସନ ଆଲର୍ଟ ରହିଛି ।

ଅନ୍ୟପକ୍ଷେ  ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଏହା କ୍ରମଶଃ ଉତ୍ତର ପୂର୍ବ ଦିଗରେ ଗତି କରି ମିଆଁମାର, ବାଂଲାଦେଶ ମୁହାଁ ହେବ। ଆଜି ପାଇଁ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

Leave A Reply

Your email address will not be published.